ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ହିଂସାକାଣ୍ଡ ସମୟରେ ଗୁଳି ଫୁଟାଇ ଚର୍ଚ୍ଚାକୁ ଆସିଥିବା ଯୁବକ ଶାହରୁଖକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ମଙ୍ଗଳବାର ଉତ୍ତରପ୍ରଦେଶର ବରେଲୀ ଅଞ୍ଚଳରୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓ ଉତ୍ତର ପ୍ରଦେଶ ପୋଲିସର ମିଳିତ ଟିମ୍ ଶାହରୁଖକୁ ଗିରଫ କରିଛନ୍ତି।

ଗତ ଫେବ୍ରୁଆରି ୨୪ ତାରିଖରେ ସିଏଏକୁ ନେଇ ଦିଲ୍ଲୀରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ଏହି ହିଂସାକାଣ୍ଡ ସମୟରେ ଜଣେ ଯୁବକ ବନ୍ଧୁକ ଧରି ରାସ୍ତାରେ ଲୋକଙ୍କ ଉପରେ ଗୁଳି ଫୁଟାଉଥିବାର ଭିଡିଓ ଦେଖିବାକୁ ମିଳିଥିଲା। ଏପରିକି ସେହି ଯୁବକ ଜଣକ ଜଣେ ପୋଲିସ୍ ହେଡ୍ କନେଷ୍ଟବଲଙ୍କୁ ମଧ୍ୟ ବନ୍ଧୁକ ଦେଖାଇ ଡରାଇବାକୁ ଉଦ୍ୟମ କରିଥିଲା।ଏହାପରେ ଦିଲ୍ଲୀ ପୋଲିସ୍ ପକ୍ଷରୁ ସେହି ଭିଡିଓକୁ ଯାଞ୍ଚ କରାଯାଇଥିଲା। ଯୁବକ ଜଣକର ନାଁ ଶାହରୁଖ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା। ସେହିଦିନଠାରୁ ପୋଲିସ ଶାହରୁଖକୁ ଗିରଫ କରିବା ପାଇଁ ଛାନଭିନ୍ ଆରମ୍ଭ କରିଥିଲା।

ଅନ୍ୟପଟେ ଘଟଣା ଘଟିବା ଦିନଠାରୁ ଶାହରୁଖ ଓ ତାଙ୍କର ପରିବାର ଫେରାର୍ ହୋଇଯାଇଥିଲେ। ପରେ ସେମାନେ ଉତ୍ତର ପ୍ରଦେଶର ବରେଲୀ ଅଞ୍ଚଳରେ ଲୁଚି ରହିଥିବା ପୋଲିସକୁ ସୂଚନା ମିଳିଥିଲା। ସୂଚନା ମିଳିବା ପରେ କ୍ରାଇମବ୍ରାଞ୍ଚ୍ ଶାହରୁଖକୁ ଉତ୍ତରପ୍ରଦେଶରୁ ଗିରଫ କରିଛି। ବର୍ତ୍ତମାନ ଶାହରୁଖକୁ ଗିରଫ କରି ପଚରାଉଚୁରା ଆରମ୍ଭ କରିଛି।

Comment