ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ୨ ପରୀକ୍ଷା। ମୋଟ ୧୧୪୩ ସେଣ୍ଟରରେ ବିଜ୍ଞାନ, ବାଣିଜ୍ୟ ଓ କଳା ପରୀକ୍ଷା ଦେଇଛନ୍ତି ୩ ଲକ୍ଷ ୫୦ ହଜାର ୮ ଶହ ଛାତ୍ରଛାତ୍ରୀ। ପରୀକ୍ଷାରେ ଶାନ୍ତିଶୃଙ୍ଖଳା ଓ ସ୍ୱଚ୍ଛତା ଆଣିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। କପି ରୋକିବା ପାଇଁ ୩ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଖଞ୍ଜା ଯାଇଥିବା ବେଳେ ପୋଲିସ ଓ ସ୍କ୍ୱାର୍ଡ ଟିମ ଗଠନ କରାଯାଇଛି। ୯ଟା ୩୦ରେ ପରୀକ୍ଷା ହଲରେ ପ୍ରଶ୍ନପତ୍ର ପହଞ୍ଚିବା ପରେ ୧୦ଟାରେ ପରୀକ୍ଷା ଆରମ୍ଭ ହୋଇଥିଲା।

ପରୀକ୍ଷା ଶେଷ ହେବା ପରେ ୨୦୨ଟି ହବରେ ପ୍ରଶ୍ନପତ୍ର ରଖାଯିବ। ମାର୍ଚ୍ଚ ୨୮ରେ ଯୁକ୍ତ ୨ ପରୀକ୍ଷା ଶେଷ ହେବ।

Comment