ଓଡ଼ିଶାଲାଇଭ୍ ବ୍ୟୁରୋ

ଭୟାବହ ରୂପ ନେଉଛି କୋରୋନା ଭାଇରସ୍। ଏନେଇ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍ ବଡ଼ ପଦକ୍ଷେପ ନେଇଛି। ୧୬ ବର୍ଷରୁ କମ୍ ଜାତୀୟ ଫୁଟବଲ୍ ଟିମ୍ର ତାଜିକିସ୍ତାନ ଗସ୍ତ ବାତିଲ କରାଯାଇଛି। କୋରୋନା ଭୟରୁ ଏହି ଗସ୍ତକୁ ବାତିଲ କରିଛି ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍।
କୋରୋନା ଭାଇରସ୍ ଏବେ ସବୁ ଦେଶକୁ ବ୍ୟାପିବାରେ ଲାଗିଛି। ଏହି ରୋଗ ବର୍ତ୍ତମାନ ୬୦ ଦେଶକୁ ବ୍ୟାପିଛି। ଏଥିରେ ୮୦ ହଜାର ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଛି। ଏହି ଭାଇରସ୍ ଚୀନର ଉହାନା ସହରରୁ ଆରମ୍ଭ ହୋଇଥିଲା।
ବର୍ତ୍ତମାନ ଏହାର ପ୍ରଭାବ ଭାରତରେ ମଧ୍ୟ ପଡ଼ିଛି। ଭାରତରେ ୩ ଜଣ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ୩ ଜଣଙ୍କ ମଧ୍ୟରୁ ଜଣେ ଦିଲ୍ଲୀର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ତେଲେଙ୍ଗାନା ଓ ଜୟପୁରର ବୋଲି ଜଣାପଡ଼ିଛି। ବର୍ତ୍ତମାନ ସେମାନଙ୍କୁ ହସ୍ପିଟାଲରେ ସ୍ଵତନ୍ତ୍ର ଭାବେ ଚିକିତ୍ସିତ କରାଯାଉଛି।
















