ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାରାତ୍ମକ କୋରୋନା ଭାଇରସ୍‌ ଏବେ ଚୀନର ସୀମା ଡେଇଁ ଭାରତରେ ପହଞ୍ଚିଛି। ଉତ୍ତରପ୍ରଦେଶର ନୋଏଡ଼ାରେ ଦୁଇଜଣ ଓ ଆଗ୍ରାରେ ୬ ଜଣ ସନ୍ଦିଗ୍ଧ ଚିହ୍ନଟ ହୋଇଛି। ଆଗ୍ରାର ଦୁଇ ଜଣ ସନ୍ଦିଗ୍ଧକୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ମାରାତ୍ମକ କୋରୋନା ଏବେ ୭୦ଟି ଦେଶରେ ବ୍ୟାପିଥିବା ବେଳେ ଭାରତରେ ମୋଟ୍‌ ୬ଜଣ ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି।

କୋରୋନା ଭୟ ପାଇଁ ଦିଲ୍ଲୀ ଏୟାରପୋର୍ଟରେ କଡ଼ାକଡ଼ି ଯାଞ୍ଚ ଚାଲିଛି। ବିଶେଷକରି ଦେଶ ବାହାରୁ ଆସୁଥିବା ଲୋକଙ୍କୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଯାଞ୍ଚ କରୁଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସେମାନଙ୍କୁ ଛଡ଼ା ଯାଉଛି। ଏପଟେ ୪ଟି ଦେଶରୁ ଭାରତ ଆସିବାକୁ ଆସିବାକୁ ଚାହୁଁଥିବା ଲୋକଙ୍କର ଭିସା ବାତିଲ କରିଛି ବିଦେଶ ମନ୍ତ୍ରାଳୟ। ଇଟାଲୀ, ଇରାନ, ଦକ୍ଷିଣକୋରିଆ, ଜାପାନରୁ ଆସିବାକୁ ଚାହୁଁଥିବା ଯାତ୍ରୀଙ୍କୁ ଯେଉଁ ଭିସା ଦିଆଯାଇଥିଲା ତାହାକୁ ବାତିଲ କରିଦିଆଯାଇଛି। ମାର୍ଚ୍ଚ ୩ ତାରିଖ ପୂର୍ବରୁ ଯେଉଁ ଭିସା ଦିଆଯାଇଥିଲା ତାହାକୁ ବାତିଲ କରାଯାଇଛି। ଏହାସହ ଏହିସବୁ ଦେଶମାନଙ୍କୁ ଭାରତୀୟ ନାଗରିକଙ୍କ ଯିବା ଉପରେ କଟକଣା ଜାରି କରାଯାଇଛି।

ଦିଲ୍ଲୀ ଏୟାରପୋର୍ଟରେ ଯାଞ୍ଚ କଡ଼ାକଡ଼ି ହୋଇଥିବା ବେଳେ କେତେକ ଦେଶର ଭିସା ବାତିଲ କରାଯାଇଛି। ସବୁଠି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଯେଉଁ ଦୁଇ ଜଣ ରୋଗୀ ସନ୍ଦେହରେ ରହିଛନ୍ତି ସେମାନଙ୍କ ନମୁନା ପରୀକ୍ଷା ପାଇଁ ଯାଇଛି। ରିପୋର୍ଟ ଆସିଲା ପରେ ଜଣାପଡ଼ିବ ଏମାନେ କୋରୋନା ଆକ୍ରାନ୍ତ କି ନାହିଁ।

LEAVE A REPLY

Please enter your comment!
Please enter your name here