ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରିଷ୍ଠ ଆଇଏସ୍‌ ମଧୁସୂଦନ ପାଢ଼ୀ ହେଲେ ପରିବହନ ସଚିବ। ପରିବହନ ସଚିବ ସହ ଚକବନ୍ଦୀ କମିସନର ଭାବେ ଅତିରକ୍ତ ଦାୟିତ୍ଵ ମଧ୍ୟ ଦିଆଯାଇଛି। ମଧୁସୂଦନଙ୍କ ସ୍ଥାନକୁ ବଦଳି ହୋଇଛନ୍ତି ପୂର୍ବତନ ପରିବହନ ସଚିବ ପ୍ରମୋଦ ମେହେର୍ଦ୍ଦା।

ମଧୁସୂଦନ ପାଢ଼ୀ ପୂର୍ବରୁ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଥିଲେ। ପରେ ପ୍ରମୋଦ ମେହେର୍ଦ୍ଦାଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା। ସେହିପରି ମଧୁସୂଦନ ପାଢ଼ୀଙ୍କୁ ପରିବହନ ଭାବେ ନିଯୁକ୍ତି ଦିଆଯାଇଛି।

୧୯୯୧ ବ୍ୟାଚର ଆଇଏଏସ୍‌ ଅଫିସର ହେଉଛନ୍ତି ମଧୁସୂଦନ ପାଢ଼ୀ। ସେ ପୂର୍ବରୁ ପରିବହନ କମିସନର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ପରେ ତାଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଭବେ ନିଯୁକ୍ତି ଦିଆଯାଇଥିଲା।

Comment