ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରପ୍ରଦେଶ ଉନ୍ନାଓ ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କ ବାପାଙ୍କୁ ହତ୍ୟା କରିଥିବା ଘଟଣାରେ ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ରାୟ ଶୁଣାଇଛନ୍ତି। ଏହି ହତ୍ୟା ମାମଲାରେ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେନଗାରଙ୍କ ସମ୍ପୃକ୍ତି ଥିବାର ପ୍ରମାଣ ମିଳିବା ପରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଅପରାଧିକ ଷଡ଼ଯନ୍ତ୍ର ଅନୁଯାୟୀ କୁଲଦୀପଙ୍କୁ ଦୋଷୀ ସାବସ୍ତ୍ୟ କରାଯାଇଛି। ମାର୍ଚ୍ଚ ୧୨ରେ କୁଲଦୀପଙ୍କୁ ଦଣ୍ଡିତ କରାଯିବ ବୋଲି କୋର୍ଟ କହିଛନ୍ତି। ଏହି ଘଟଣାରେ କନ୍‌ଷ୍ଟେବଲ ଅମୀର ଖାନ୍‌ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।

ମୋଟ୍ ୧୧ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ କୋର୍ଟ କୁଲଦୀପଙ୍କ ସମେତ ମୋଟ୍ ୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଉନ୍ନାଓର ପୂର୍ବତନ ବିଧାୟକ କୁଲଦୀପ ସେନଗାର ଏବେ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡାଦେଶ ଭୋଗୁଛନ୍ତି। ସେ ଏବେ ତିହାର ଜେଲରେ ଅଛନ୍ତି।

Comment