ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ଦୀପିକାଙ୍କୁ ଫିଲ୍ମ ‘ପଦ୍ମାବତ’ରେ ଚମତ୍କାର ଅଭିନୟ ପାଇଁ ଖୁବ୍‌ ପ୍ରଶଂସା ମିଳିଥିଲା। ଫିଲ୍ମରେ ତାଙ୍କ ମେକ୍‌ଅପ୍‌, ଗେଟଅପ୍‌ ମଧ୍ୟ ବେଶ ଆକର୍ଷଣୀୟ ଥିଲା। ଏବେ ଦୀପିକାଙ୍କ ପଦ୍ମାବତ୍‌ ଲୁକରେ ବଜାରକୁ କଣ୍ଢେଇ ଆସିବା ପରେ ଏହା ସ୍ପଷ୍ଟ ଜଣାପଡ଼ୁଛି ଯେ ‘ପଦ୍ମାବତ’କୁ ଦର୍ଶନ ବହୁତ ପସନ୍ଦ କରିଥିଲେ।

ଏହି କଣ୍ଢେଇର ଫଟୋ ସୋସିଆଲ ମିଡିଆରେ ଏବେ ଘୂରି ବୁଲୁଛି। ଫିଲ୍ମରେ ଦୀପିକା ଯେଭଳି ରାଣୀ ‘ପଦ୍ମାବତ’ଙ୍କୁ ଭଳି ମେକଅପ୍‌ ନେଇଥିଲେ କଣ୍ଡେଇଙ୍କୁ ଅବିକଳ ସେହି ଲୁକ୍‌ ଦିଆଯାଇଥିବା ଦେଖିବାକୁ ମିଳିଛି। ୟୁଜର ଏଥିରେ କମେଣ୍ଟ ମଧ୍ୟ ଦେଇଛନ୍ତି।

ଦୀପିକାଙ୍କ ଅଭିନୀତ ଫିଲ୍ମ ପଦ୍ମାବତ ୨୦୧୮ରେ ଜାନୁଆରି ୨୫ରେ ରିଲିଜ ହୋଇଥିଲା। ଫିଲ୍ମକୁ ନେଇ ବହୁ ବାଦବିବାଦ ହୋଇଥିଲେ ମଧ୍ୟ ଦର୍ଶକ ଏହାକୁ ପସନ୍ଦ କରିଥିଲେ। ଏଥିରେ ଦୀପିକାଙ୍କ ସହିତ ରଣବୀର ସିଂ, ସାହିଦ କପୁର ମୁଖ୍ୟ ଚରିତ୍ରରେ ଥିଲେ। ଫିଲ୍ମକୁ ବକ୍ସ ଅଫିସରେ ଢେର ସଫଳତା ମିଳିଥିଲା।

Comment