ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ‘ଆଡଭେଞ୍ଚର୍ସ ଅଫ ଏ ଡେୟାରଡେଭିଲ ଡେମୋକ୍ରାଟ’ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୀବନୀକୁ ନେଇ ‘ଆଡଭେଞ୍ଚର୍ସ ଅଫ ଏ ଡେୟାରଡେଭିଲ ଡେମୋକ୍ରାଟ’ ନାମକ ଏକ ବ୍ୟଙ୍ଗ ପୁସ୍ତକ ଉନ୍ମୋଚିତ ହୋଇଛି।  ଭୁବନେଶ୍ୱରସ୍ଥିତ ଏକ ଘରୋଇ ହୋଟେଲ୍‌ରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁସ୍ତକକୁ ଉନ୍ମୋଚନ କରିଛନ୍ତି।

ଇଂରାଜୀରେ ଲେଖା ହୋଇଥିବା ଏହି ପୁସ୍ତକକୁ ‘କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ’ ଲେଖିଛି।

ଏହି ପୁସ୍ତକରେ ବିଜୁବାବୁଙ୍କ ସ୍ୱାଧୀନତା ସଂଗ୍ରାମ ବିଷୟରେ ବର୍ଣ୍ଣନା କରାଯାଇଛି।

ଏହି ପୁସ୍ତକରେ ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମରେ  ବିଜୁ ପଟ୍ଟନାୟକଙ୍କର ଅବଦାନ ବିଷୟରେ ଉଲ୍ଲେଖ ରହିଛି। ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଅବଦାନ ଯୋଗୁଁ ୧୯୯୫ ମସିହାରେ ଇଣ୍ଡୋନେସିଆ ସରକାର ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ କରିଥିଲେ।
ଦିଲ୍ଲୀସ୍ଥିତ ‘ଦ କ୍ରିଏଟିଭ ୱେୟାରହାଉସ’ ପବ୍ଲିକେସନ ପକ୍ଷରୁ ‘ଆଡଭେଞ୍ଚର୍ସ ଅଫ ଏ ଡେୟାରଡେଭିଲ ଡେମୋକ୍ରାଟ’ ପ୍ରକାଶ ପାଇଛି।

ଶୁକ୍ରବାର ଆୟୋଜିତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ  ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍ଗ ସମେତ ବହୁ ସ୍କୁଲର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ଗୁରୁବାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମଜୟନୀ ଥିଲା। ବିଜୁବାବୁ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ କଟକର ତୁଳସୀପୁରରେ ଜନ୍ମ ହୋଇଥିଲେ।

Comment