ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରିଲିଜ୍ ହୋଇଛି ‘ବାଗି’ ସିରିଜର ଆଉ ଏକ ଫିଲ୍ମ ବାଗି-୩। ଏଥିରେ ଟାଇଗର ଶ୍ରଫ ଓ ଶ୍ରଦ୍ଧା କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କ ସହ ଭେଟେରାନ ଅଭିନେତା ରିତେଶ ଦେଶମୁଖ୍ ମଧ୍ୟରେ ଏଥିରେ ନଜର ଆସିଛନ୍ତି। ‘ବାଗି‘ ଓ ‘ବାଗି-୨’ ଭଳି ‘ବାଗି-୩’ରେ ମଧ୍ୟ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ତା’ସାଙ୍ଗକୁ ଫିଲ୍ମରେ ଶ୍ରଦ୍ଧା କପୁର ଓ ଟାଇଗର ଶ୍ରଫଙ୍କ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିଛିl ଆକ୍ସନ, ରୋମାନ୍ସ ଭରା ଏହି ଫିଲ୍ମକୁ ଦର୍ଶକମାନେ ବେଶ୍‌ ପସନ୍ଦ କରିଛନ୍ତି।

ଫିଲ୍ମ ନିର୍ଦ୍ଦେଶକ ଅହମ୍ମଦ ଖାନ ଏହି ଫିଲ୍ମ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ରିତେଶ ଦେଶମୁଖ୍ ଟାଇଗର ଶ୍ରଫଙ୍କ ଭାଇଙ୍କ ଭୂମିକାରେ ଅଭିନୟ କରିଛନ୍ତି।

କୌଣସି କାରଣରୁ ରିତେଶ ସିରିୟା ଯାଇଥିବା ବେଳେ ସିରିଆରେ ଆତଙ୍କୀ ତାଙ୍କୁ ବନ୍ଦୀ କରି ନେଉଛନ୍ତି। ଭାଇଙ୍କୁ ରକ୍ଷା କରିବାକୁ ଯାଇ ଆତଙ୍କବାଦୀଙ୍କ ସାମ୍ନା କରୁଛନ୍ତି ଟାଇଗର। ଏଭଳି ଏକ କାହାଣୀକୁ ନେଇ ଏହି ଫିଲ୍ମ ନିର୍ମାଣ ହୋଇଛି। ତେବେ ଫିଲ୍ମରେ ଶ୍ରଦ୍ଧା କପୁରଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିନାହିଁ।

ଫିଲ୍ମଟି ପ୍ରଥମ ଦିନରେ ୨୫କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିବ ବୋଲି ଆଶା କରିଛି ପ୍ରଡକ୍ସନ୍ ଟିମ୍। ‘ବାଗି’ ଓ ‘ବାଗି-୨’ ରିଲିଜ୍ ହେବାର ପ୍ରଥମ ଦିନରେ ଯଥାକ୍ରମେ ୨୫କୋଟି ଓ ୨୫କୋଟି ୧୦ଲକ୍ଷ ଟଙ୍କାର ବ୍ୟବସାୟ କରିଥିଲା।

Comment