ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକଙ୍କ ପାଇଁ ବଢ଼ିଲା ଅଡୁଆ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ କିଛିଦିନ ତଳେ ଗିରଫ ହୋଇଥିବା ଅନାମ ଏବେ ଇଡି ସ୍କାନରରେ ରହିଛନ୍ତି। ଇଡି ଏବେ ଅନାମଙ୍କ ଅର୍ଥ କାରବାର ଦିଗର ତଦନ୍ତ କରିବ।

ଅନାମଙ୍କ ନାମରେ କେତେ ଟଙ୍କାର ମାଲିକାନା ରହିଛି। କେବେ ଓ କେଉଁଠି ସେ କେତେ ଟଙ୍କା କାରବାର କରିଥିଲେ ସେନେଇ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ତଦନ୍ତ କରିବା ନେଇ ସୂଚନା ମିଲିଛି।

ଜାନୁଆରି ୧୭ତାରିଖରେ ଆୟ ବହିର୍ଭୂତ ସମ୍ପତି ରଖିଥିବା ଅଭିଯୋଗରେ ଭିଜିଲାନ୍ସ ଅନାମ ନାୟକଙ୍କ ଘରେ ଚଢାଉ କରିଥିଲ। ଅନାମଙ୍କ ବାସଭବନ ସମେତ ତାଙ୍କ ବିଦେଶୀ ମଦ ଦୋକାନରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ୩ କୋଟି ୪୨ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଜବତ କରିଥିଲା ଭିଜିଲାନ୍ସ ବିଭାଗ। ଏଥିପାଇଁ ଅନାମଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଥିଲା। ତେବେ ଜାନୁଆରି ୨୬ତାରିଖରେ କୋର୍ଟ ତାଙ୍କୁ ଜାମିନ ଦେଇଥିଲେ।

ଅନାମ ୨୦୧୪ରେ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ। ୨୦୧୯ରେ ଅନାମଙ୍କୁ ଟିକେଟ ଦେଇ ନଥିଲା ବିଜେଡି।

Comment