ଓଡ଼ିଶାଲାଇଭ୍‌ ବିଜିନେସ୍‌ ବ୍ୟୁରୋ

ଘରୋଇ ବ୍ୟାଙ୍କ ୟେସ୍‌ ବ୍ୟାଙ୍କ ଏବେ ଘାଟାରେ ପଡ଼ିଯାଇଛି। ବ୍ୟାଙ୍କର ସ୍ଥିତିକୁ ନଜରରେ ରଖି ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ରୋକ୍‌ ଲଗାଇଛନ୍ତି ସରକାର। ଗ୍ରାହକମାନେ ଗୋଟେ ମାସରେ ୫୦ ହଜାର ଟଙ୍କାରୁ ଅଧିକ ଟଙ୍କା ଉଠାଇ ପାରିବେନି।

ୟେସ୍‌ ବ୍ୟାଙ୍କର ବୋର୍ଡକୁ ନିଜ ହାତକୁ ନେଇଛି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)। ବ୍ୟାଙ୍କର ପୂର୍ବତନ ସିଏଫ୍‌ଓ ପ୍ରଶାନ୍ତ କୁମାରଙ୍କୁ ପ୍ରଶାସକ ଭାବେ ନିଯୁକ୍ତ କରାଯାଇଛି।

ଗ୍ରାହକମାନଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି ବୋଲି ଆର୍‌ବିଆଇ ପକ୍ଷରୁ କୁହାଯାଇଛି।

ତେବେ ୟେସ୍‌ ବ୍ୟାଙ୍କ ଋଣ ଆକାରରେ ବିକ୍ରି କରିଥିବା କୋଟି କୋଟି ଟଙ୍କା ବୁଡ଼ି ଯାଇଛି। ରେଟିଂ ଏଜେନ୍ସିଗୁଡ଼ିକ ଏହାର ରେଟିଂ ହ୍ରାସ କରିଛନ୍ତି। ନିୟମିତ ଭାବେ ବ୍ୟାଙ୍କରୁ ପାଣ୍ଠି ବାହାରକୁ ଯାଉଥିବାରୁ ଏହା ସଙ୍କଟରେ ପଡ଼ିଛି। କର୍ପୋରେଟ୍‌ ସଂସ୍ଥାଗୁଡ଼ିକୁ ଆଖିବୁଜା ଋଣ ପ୍ରଦାନ କରିବା ମଧ୍ୟ ୟେସ୍‌ ବ୍ୟାଙ୍କ ସଙ୍କଟର କାରଣ ବୋଲି ଜଣାପଡ଼ିଛି।

ଅନ୍ୟପଟେ ଗୁରୁବାର ରାତିରୁ ନେଟ୍‌ ବ୍ୟାଙ୍କିଂ ବ୍ୟବହାର କରୁଥିବା ଗ୍ରାହକମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ୟେସ୍‌ ବ୍ୟାଙ୍କର ସମସ୍ତ ଏଟିଏମ୍‌ ଓ ଅନ୍‌ଲାଇନ୍‌ ସେବା ଡାଉନ୍‌ ରହିଛି।

Comment