ଓଡ଼ିଶାଲାଇଭ୍ ବ୍ୟୁରୋ

ହ୍ୱାଟ୍ସଆପ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। କମ୍ପାନି ତାର ଆପରେ ନୂଆକରି ଡାର୍କ ମୋଡ୍ ଫିଚର ଆଣିସାରିଛି। ଏଣିକି ଆପଣ ବିନା କୌଣସି ଅସୁବିଧାରେ ହ୍ୱାଟ୍ସଆପ୍ ବ୍ୟବହାର କରିପାରିବେ।

ପୂର୍ବରୁ ହ୍ୱାଟ୍ସଆପରେ କେବଳ ସାଧାରଣ ମୋଡ୍ ରହିଥିଲା। ଯାହାକୁ କମ୍ପାନି ଅପଡେଟ୍ କରିଦେଇଛି। ନୂଆ ଅପଡେଟରେ କମ୍ପାନି ଏହି ଡାର୍କ ମୋଡ୍ ଫିଚରକୁ ଆଣିଛି। ଏହି ଡାର୍କ ମୋଡ୍ ଫିଚର ଆଖି ପାଇଁ ବେଶ୍ ଉପଯୋଗୀ ବୋଲି କୁହାଯାଉଛି।

ଡାର୍କ ମୋଡ୍ ଅନ୍ କରିବାକୁ ହେଲେ ଆପଣଙ୍କୁ ପ୍ରଥମେ ଦେଖିବାକୁ ହେବ ଯେ, ଆପଣଙ୍କ ଫୋନରେ ହ୍ୱାଟ୍ସଆପ୍ ଅପଡେଟ୍ ହୋଇଛି କି ନାହିଁ? ଯଦି ହ୍ୱାଟ୍ସଆପ୍ ଅପଡେଟ୍ ହୋଇଯାଇଛି ତେବେ, ଆପଣ ସେଟିଙ୍ଗକୁ ଯାଆନ୍ତୁ।

ଏହାପରେ ଚାଟ୍ ଅପସନରେ କ୍ଲିକ୍ କରିବା ପରେ ପ୍ରଥମେ ଆପଣଙ୍କୁ ସେଠାରେ ‘ଥିମ’ର ଅପସନ୍ ଆସିବ। ସେଠାରେ ଆପଣ ଡାର୍କ ମୋଡ୍ ଫିଚରକୁ ଅନ୍ କରିଦେଲେ। ହ୍ପାଟ୍ସଆପରେ ଡାର୍କ ମୋଡ୍ ଅନ୍ ହୋଇଯିବ।

Comment