ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ହୋଲିରେ ସାରା ଦେଶ ନିଜକୁ ରଙ୍ଗରେ ରଙ୍ଗେଇଛି। ବଲିଉଡର ବିଗ୍ ଷ୍ଟାରମାନେ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି। କୋରୋନା ଭାଇରସ ଭୟ ରହିଥିଲେ ମଧ୍ୟ ବଲିଉଡ୍ ଷ୍ଟାରମାନେ ନିଜ ନିଜ ଢ଼ଙ୍ଗରେ ହୋଲି ପାଳିଛନ୍ତି।

ବଲିଉଡର ଷ୍ଟାର ଶିଳ୍ପା ସେଠୀ ଟିକେ ଭିନ୍ନ ଢ଼ଙ୍ଗରେ ହୋଲି ପାଳନ କରିଛନ୍ତି। ହୋଲିରେ ବିଗ୍ ବି ଅମିତାଭଙ୍କ ଫିଲ୍ମର ପୁରୁଣା ଗୀତରେ ଠୁମକା ଲଗାଇ ଶିଳ୍ପା ହୋଲିକୁ ସେଲିବ୍ରେଟ୍ କରିଛନ୍ତି। ଅମିତାଭଙ୍କ ସିଲସିଲା ଫିଲ୍ମର ‘ରଙ୍ଗ ବରଷେରେ’ ଗୀତରେ ଡ୍ୟାନ୍ସ କରି ହୋଲିକୁ ସେଲିବ୍ରେଟ୍ କରିଛନ୍ତି ଶିଳ୍ପା ସେଠୀ।

ଶିଳ୍ପାଙ୍କର ଏହି ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ବିଶେଷକରି ଟିକଟକ ଆପରେ ଏହାକୁ ଅଧିକାଂଶ ଲୋକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି।

କେବଳ ଶିଳ୍ପ ନୁହେଁ ପ୍ରିୟଙ୍କା ଚୋପ୍ରା ମଧ୍ୟ ନିଜ ସ୍ୱାମୀଙ୍କ ସହ ବେଶ୍ ଆନନ୍ଦରେ ହୋଲି ପାଳିଛନ୍ତି। ନିକ୍ ଓ ପ୍ରିୟଙ୍କା ଦୁହେଁ ହୋଲି ସେଲିବ୍ରେଟ୍ କରି ତାଙ୍କର ଫୋଟକୁ ସୋସିଆଲ୍ ମଡିଆରେ ସେଆର୍ କରିଛନ୍ତି।

Comment