ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାରିଆଡେ ଏବେ ହୋଲିର ମାହୋଲ। ଲୋକମାନେ ରଙ୍ଗ ବେରଙ୍ଗର ଫଗୁ ଧରି ପରସ୍ପରକୁ ହୋଲିର ଶୁଭେଚ୍ଛା ଜଣାଉଛନ୍ତି। ଯୁବବର୍ଗଙ୍କଠାରୁ ଆରମ୍ଭ କରି ଗୁରୁଜନଙ୍କ ପର୍ଯ୍ୟନ୍ତ ସମସ୍ତେ ଆଜି ନିଜକୁ ହୋଲିର ରଙ୍ଗରେ ଭିଜେଇ ଦେଇଛନ୍ତି। ହୋଲିରେ ରଙ୍ଗ ଖେଳିବାକୁ ସିନା ମଜା ଲାଗେ। ହେଲେ ଦେହରୁ ରଙ୍ଗ ଛଡ଼ାଇବା କିନ୍ତୁ ବହୁତ କଷ୍ଟ।

 ଦେହରୁ କେମିତି ସହଜରେ ଛଡ଼ାଇବେ ରଙ୍ଗ?

– ଶରୀରରେ ଭଲି କରି ସୋରିଷ ତେଲ ଲଗାଇ ଦିଅନ୍ତୁ। ମୁହଁ, ହାତ ଓ ଗୋଡ଼ରେ ବେଶୀ ତେଲ ଲଗାଇବେ। ଏହାଦ୍ୱାରା ତ୍ୱଚା ସୁରକ୍ଷିତ ରହିବ ଏବଂ ସହଜରେ ରଙ୍ଗ ଛଡ଼ାଇ ହେବ।

-ରସାୟନିକ ରଙ୍ଗରୁ ସମ୍ପୂର୍ଣ୍ଣ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ।

-ତେଲ ବଦଳରେ ଲୋସନ ଲଗାଇ ପାରନ୍ତି। ଯେତେ ଗାଢ଼ ରଙ୍ଗ ଲାଗିଥିଲେ ବି ଏହା ସଫା କରିବାରେ ସହାୟକ ହୋଇଥାଏ।

-କେଶରେ ଯଥାସମ୍ଭବ ଅଧିକ ନଡ଼ିଆ ତେଲ ଲଗାଇବେ।

-ଆଖିରେ ରଙ୍ଗ ପଡ଼ିଗଲେ ସଫା ପାଣିରେ ତୁରନ୍ତ ଧୋଇ ଦେବେ। ରଙ୍ଗ ସଫା କରିବା ପରେ ଆଖିରେ କେଇ ଟୋପା ଗୋଲାପ ଜଳ ପକାଇ ଶୋଇ ରହୁନ୍ତୁ।

Comment