ଓଡ଼ିଶାଲାଇଭ୍‌ ବ୍ୟୁରୋ

ରଙ୍ଗର ପସରା ନେଇ ଆସିଛି ହୋଲି। ପବିତ୍ର ପରମ୍ପରା ହୋଲିକୁ ନେଇ ସାରାଦେଶବାସୀ ଉତ୍ସବ ମୁଖର। କିନ୍ତୁ ଧର୍ମର ନଗରୀ କାଶୀରେ ଏହି ହୋଲିର ପର୍ବକୁ ଭିନ୍ନ ଧରଣରେ ପାଳନ କରାଯାଏ।

ଏଠାର ଲୋକେ ଶ୍ମଶାନର ଚିତା ଭସ୍ମରେ ହୋଲି ଖେଳିବାର ପରମ୍ପରା ରହିଛି। ପାଖାପାଖି ୩୫୦ ବର୍ଷରୁ ଏହି ଭଳି ଭାବେ ହୋଲି ପର୍ବ ପାଳନ କରାଯାଉଛି।

ପୌରାଣିକ ମାନ୍ୟତା ଅନୁଯାୟୀ ବସନ୍ତ ପଞ୍ଚମୀଠାରୁ ବାବା ବିଶ୍ୱନାଥଙ୍କ ବୈବାହିକ କାର୍ଯ୍ୟକ୍ରମ ଆରମ୍ଭ ହୋଇ ହୋଲି ପଯ୍ୟର୍ନ୍ତ ଚାଲିଥାଏ। ପୌରାଣିକ ଯୁଗରେ ମଣିକର୍ଣ୍ଣିକା ଘାଟରେ ଚିତା ଭସ୍ମରେ ହୋଲି ଖେଳିବାର ଦାୟିତ୍ୱ ସନ୍ନ୍ୟାସୀ ଏବଂ ଗୃହସ୍ତମାନେ ମିଶି ପାଳନ କରୁଥିଲେ। କାଳକ୍ରମେ ଏହି ପ୍ରଥା ଲୁପ୍ତ ହୋଇଯାଇଥିଲା। ପୁନର୍ବାର ଏହି ପ୍ରଥା ମଣିକର୍ଣ୍ଣିକାରେ ରହୁଥିବା ଲୋକମାନେ ମିଶି ଆରମ୍ଭ କରିଛନ୍ତି।

ଦେଶ-ବିଦେଶରୁ ଅନେକ ସଂଖ୍ୟାରେ ଲୋକମାନେ ଏଠାକୁ ହୋଲି ପର୍ବ ଦେଖିବା ପାଇଁ ଆସିଥାନ୍ତି। ମଣିକର୍ଣ୍ଣିକା ଘାଟରେ ଶ୍ମଶାନେଶ୍ୱର ମହାଦେବ ମନ୍ଦିରର ମହାଆଳତୀ କରାଯାଇଥାଏ। ଏହା ପରେ କାଶୀର ସଙ୍ଗୀତକାର ନିଜ ନିଜର ବାଦ୍ୟ ଯନ୍ତ୍ର ବଜାଇ ଚିତା ଭସ୍ମରେ ହୋଲି ଖେଳିବା ଆରମ୍ଭ କରିଥାନ୍ତି। ଏହା ପରେ ଚିତାର ଭସ୍ମଗୁଡ଼ିକୁ ଭଲଭାବେ ଏକାଠି କରାଯାଇ ହୋଲି ଖେଳ ଆରମ୍ଭ ହୋଇଥାଏ।

ଲୋକେ ମାନନ୍ତି କି ମୃତ୍ୟୁ ପରେ ଯାହାର ଅନ୍ତିମ ଶରୀରକୁ ମଣିକର୍ଣ୍ଣିକା ଘାଟରେ ଦାହ ସଂସ୍କାର କରାଯାଇଥାଏ ବାବା ବିଶ୍ୱନାଥ ତାଙ୍କୁ ମୁକ୍ତି ପ୍ରଦାନ କରିଥାନ୍ତି।

Comment