ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ବୁଧବାରଠୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି। ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ସରକାର ମଧ୍ୟ ପ୍ରସ୍ତୁତ ରହିଛନ୍ତି।

ଶ୍ରୀମନ୍ଦିରର ଜମାରାଶି ୟେସ ବ୍ୟାଙ୍କରେ ଡିପୋଜିଟ, ରେଳବାଇ ଜମି ଅଧିଗ୍ରହଣ ,କୃଷକ ସମସ୍ୟା  ଏବଂ ଆଇନ୍ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରି ପାରନ୍ତି। ଏହି ପର୍ଯ୍ୟାୟରେ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍‌ ପାରିତ ହେବା ସହ ରାଜ୍ୟସଭା ନିର୍ବାଚନ ମଧ୍ୟ ରହିଛି।

ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରି ୧୪ରୁ ଆରମ୍ଭ ହୋଇଥିଲା। ଏହି ଅଧିବେଶନର ଫେବ୍ରୁଆରି ୨୬ରେ ଶେଷ ହୋଇଥିଲା।

Comment