ଓଡ଼ିଶାଲାଇଭ୍ ବ୍ୟୁରୋ

ଚୀନରୁ ଉତ୍ପତ୍ତି ଲାଭ କରିଥିବା କୋରୋନା ଭାଇରସକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ‘ମହାମାରୀ’ ରୂପେ ଘୋଷଣା କରିଛି।

ଏଥିସହିତ କୋରୋନା ଭାଇରସକୁ ଦୃଷ୍ଟିରେ ରଖି ଭାରତ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଭିସାକୁ ସସପେଣ୍ଡ କରିଦେଇଛି। ଏଥିରୁ କେବଳ ରାଜନେତା ଓ ଜାତିସଂଘର କର୍ମଚାରୀଙ୍କୁ ବାଦ ଦିଆଯାଇଛି।

କେରୋନା ଭାଇରସ ଏବେ ବିଶ୍ୱର ଶହେରୁ ଅଧିକ ଦେଶରେ ବ୍ୟାପିଯାଇଛି। ଏଥିରେ ଲକ୍ଷାଧିକ ଲୋକ ଆକ୍ରାନ୍ତ ହେବା ସହିତ ବର୍ତ୍ତମାନ ସୁଦ୍ଧା ୪ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା ସୂଚନା ରହିଛି।

ଏପରିକି ଭାରତରେ ମଧ୍ୟ କୋରୋନା ଭାଇରସ ନିଜର କାୟା ବିସ୍ତାର କରିଛି। କେବଳ ଭାରତରେ ୬୦ଜଣ ଲୋକ କୋରାନା ଭାଇରସରେ ଆକ୍ରାନ୍ତ ଥିବା ସୂଚନା ମିଳିଛି।

Comment