ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖାଦ୍ୟ ମଧ୍ୟରେ ଭାତ ଏକ ମୁଖ୍ୟ ଖାଦ୍ୟ। ହେଲେ କିଛି ଲୋକ ଭାବନ୍ତି ଅରୁଆ ଚାଉଳଠୁ ଉଷୁନା ଚାଉଳ ଅଧିକ ପୁଷ୍ଟିକର। କିଛି ଲୋକ ଭାବିଥା’ନ୍ତି ଯେ ଭାତ ଖାଇବା ଦ୍ୱାରା ଓଜନ ବଢ଼ିଥାଏ ଓ ରାତିରେ ଭାତ ଖାଇବା ଠିକ୍ କି? ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ସୃଷ୍ଟି ହୁଏ, ତେବେ ଆସନ୍ତୁ ଜାଣିବା ଭାତ ଖାଇବା ଦ୍ୱାରା କ’ଣ ହୋଇଥାଏ।

ଏକ କପ୍ ଧଳା ଚାଉଳରେ ପ୍ରାୟ ୩୫ ଗ୍ରାମ କାର୍ବୋହାଇଡ୍ରେଟ୍ ଥାଏ। ପ୍ରାୟ ୧୬୫ କ୍ୟାଲୋରି ଏବଂ ୩ରୁ ୪ ଗ୍ରାମ ପ୍ରୋଟିନ୍ ଥାଏ। ଅରୁଆ ଚାଉଳ ଅପେକ୍ଷା ଉଷୁମ୍‌ ଚାଉଳରେ କମ୍ ଫାଇବର ଥାଏ। ଉଷୁନା ଚାଉଳରେ ଅଧିକ ଭିଟାମିନ୍ ଏବଂ ମିନେରାଲ୍ସ ଥାଏ। ଉଷୁନା ଚାଉଳରେ ମାଙ୍ଗାନିଜ୍, ସେଲେନିୟମ୍, ଫସଫରସ୍ ଏବଂ ମ୍ୟାଗ୍ନେସିୟମ୍ ଭରି ରହିଥାଏ।

ଭାତ ଖାଇଲେ ମେଦ ବୃଦ୍ଧି ହୁଏ କି?

ଡାଇଟିସିଆନ୍‌ ରୁଜୁତା ଦ୍ୱିବେଦ୍‌କର କହନ୍ତି ଯେ ଭାତ ହଜମ ହେବାରେ ସହଜ ହୋଇଥାଏ ଏହା କୋଲେଷ୍ଟ୍ରଲ ମୁକ୍ତ ମଧ୍ୟ। ଚାଉଳରେ କାର୍ବୋହାଇଡ୍ରେଟ୍‌ ଥାଏ ଯାହା ଶରୀରରେ ଶକ୍ତି ଯୋଗାଇଥାଏ।

ଭାତରେ ପ୍ରୋଟିନ୍‌ ପ୍ରଚୁର ପରିମାଣରେ ଥାଏ। ଏକ କପ୍‌ ଚାଉଳରେ ୩-୪ ଗ୍ରାମ୍‌ ପ୍ରୋଟିନ୍‌ ଥାଏ।

ଭାତ ଖାଇବା ଦ୍ଵାରା ଆମ ଶରୀରରେ ସୋଡିୟମ୍‌ ମାତ୍ରା କମ୍‌ ହୋଇଥାଏ।

ରାତିରେ ଭାତ ଖାଇବା କେତେ ଭଲ?

ଡାଇଟିସିଆନ୍‌ ରୁଜୁତାଙ୍କ କହିବା କଥା ଯେ, ଲୋକଙ୍କ ଧାରଣା ରହିଛି ଯେ ଭାତ ସହଜରେ ହଜମ ହୋଇ ନଥାଏ। ହେଲେ ଏହା ସମ୍ପୂର୍ଣ୍ଣ ଭୁଲ। ଭାତ ଜଲ୍‌ଦି ହଜମ ହୋଇଥାଏ। ରାତିରେ ଅଧିକ କାର୍ବୋହାଇଡ୍ରେଟ୍‌ଯୁକ୍ତ ଖାଇଲେ ଏହା ଗ୍ଲୁକୋଜ୍‌ରେ ପରିଣତ ହୋଇଥାଏ।

ଅରୁଆ ଭାତ କେତେ ସ୍ୱାସ୍ଥ୍ୟକର?

ସବୁ ପ୍ରକାର ଭାତ ସ୍ୱାସ୍ଥ୍ୟକର। ଭାତ କାର୍ବୋହାଇଡ୍ରେଟ୍‌ର ଏକ ଉତ୍ତମ ସ୍ରୋତ। ଏହା ଶରୀରକୁ ଶକ୍ତି ଯୋଗାଇବା ସହ ପେଟକୁ ଠିକ୍‌ ରଖିଥାଏ।

Comment