ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଆହୁରି ୫ ହଜାର ସ୍କୁଲର ଆବଶ୍ୟକତା ରହିଛି। ଏହା କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମଜା କଥା ହେଲା ଇତିମଧ୍ୟରେ ସରକାର ୬୨୦ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିଦେଇଛନ୍ତି। ବିଗତ ଦୁଇ ବର୍ଷ ମଧ୍ୟରେ ଏହି ୬ ଶହ ସ୍କୁଲରେ ତାଲା ପକାଇ ଦିଆଯାଇଛି। ବିଶେଷ କରି ଯେଉଁ ସବୁ ସ୍କୁଲରେ ଦଶମରୁ କମ ଛାତ୍ରଛାତ୍ରୀ ଥିଲେ ସେହି ସବୁ ସ୍କୁଲକୁ ସବୁଦିନ ପାଇଁ ବନ୍ଦ କରି ଦିଆଯାଇଛି।

ବିଧାନସଭାରେ ପ୍ରଶ୍ନୋତ୍ତର ସମୟରେ ମନ୍ତ୍ରୀ କହିଛନ୍ତି ଯେ ଏହି ସବୁ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଅନ୍ୟ ପାଖ ସ୍କୁଲରେ ଆଡ଼ଜଷ୍ଟ କରାଯାଇସାରିଛି।

ଆବଶ୍ୟକ ହେଉଥିବା ନୂଆ ସ୍କୁଲ ସମ୍ପର୍କରେ ମନ୍ତ୍ରୀ ଗୃହରେ କହିଥିଲେ ଯେ ୨୦୨୦-୨୧ କାର୍ଯ୍ୟ ଯୋଜନାରେ ଏହି ସ୍କୁଲକୁ ଯୋଡ଼ିବା ସହିତ ନୂଆ କୋଠା ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ।

Comment