ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡକୁ ଫେରିବେ ଆକ୍ସନ ହିରୋ ସନ୍ନି ଦେଓଲ। ଗତ କିଛି ଦିନ ହେଲା ରାଜନୀତିରେ ନିଜକୁ ବ୍ୟସ୍ତ ରିଖିବା ପରେ ଏବେ ପୁଣି ସେ ବଲିଉଡକୁ ଫେରିବାକୁ ଯାଉଛନ୍ତି। ଏକ ଜବରଦସ୍ତ ଆକ୍ସନ ଥ୍ରୀଲର ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ନଜର ଆସିବେ। ଦକ୍ଷିଣ ଭାରତୀୟ ଫିଲ୍ମର ଜଣାଶୁଣା ନିର୍ଦ୍ଦେଶକ ହନୁ ରାଘବପୁଡ଼ି ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ। ସନ୍ନିଙ୍କ ଏହି ଆଗାମୀ ଫିଲ୍ମର ଟାଇଟଲ କିନ୍ତୁ ଏଯାଏଁ ଜଣାପଡ଼ିନି। ତେବେ ଆଗାମୀ ଫିଲ୍ମ ସନ୍ନ ବେଶ୍‌ ଉତ୍ସାହିତ ଥିବା ଜଣାପଡ଼ିଛି।

“ଅନ୍ଦଲା ରକ୍ଷୀ” ଓ “ଆଇ ଆମ ଫେମସ” ଭଳି ହିଟ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ହନୁ ରାଘବପୁଡ଼ି। ସନି ଦେଓ୍ଵଲଙ୍କ ସହ ଏହି ଫିଲ୍ମକୁ ନେଇ ସେ ମଧ୍ୟ ଉତ୍ସାହିତ ରହିଛନ୍ତି। ସେ କହିଛନ୍ତି ଯେ, ଆଜି ବି ବଲିଉଡରେ ସନି ଦେଓ୍ଵଲଙ୍କଠାରୁ ବଡ଼ ଆକ୍ସନ ହିରୋ ନାହାନ୍ତି।

ଅନୂଜ ଶର୍ମା ଏହି ଫିଲ୍ମର ପ୍ରଯୋଜକ ଦାୟିତ୍ଵରେ ରହିଛନ୍ତି।  ଅନୂଜ ଶର୍ମା ପୂର୍ବରୁ “ଅପ୍ନେ” ଓ ”ସିଂ ସାହାବ ଦ ଗ୍ରେଟ” ବଲିଉଡ ଫିଲ୍ମର ପ୍ରଯୋଜନା ଦାୟିତ୍ଵରେ ତୁଲାଇ ସାରିଛନ୍ତି। ଏହି ଫିଲ୍ମ ଚଳିତ ବର୍ଷ ରିଲିଜ ହେବ।

୨୦୧୯ରେ  ବକ୍ସ ଅଫିସରେ ସନ୍ନିଙ୍କର ଗୋଟିଏ ମାତ୍ର ଫିଲ୍ମ “ବ୍ଲାଙ୍କ” ରିଲିଜ ହୋଇଥିଲା। ଏହି ଫିଲ୍ମ କିନ୍ତୁ ବକ୍ସ ଅଫିସରେ ଫ୍ଲପ ହୋଇଥିଲା। ଏହାପରେ ସେ ତାଙ୍କ ପୁଅ କରନ ଦେଓ୍ଵଲଙ୍କ “ପଲ ପଲ ଦିଲକେ ପାସ” ଫିଲ୍ମର ନିର୍ଦ୍ଦେଶନାରେ ବ୍ୟସ୍ତ ରହିଥିଲେ।

ଏହାଛଡ଼ା ୨୦୧୯ବର୍ଷରେ ପଞ୍ଜାବର ଗୁରୁଦାସପୁରରୁ ସେ ଲୋକସଭା ନିର୍ବାଚନରେ ବ୍ୟସ୍ତ ରହିଥିଲେ। ଏବେଠାରୁ ଉଭୟ ବଲିଉଡ ଓ ରାଜନୀତିର ସମାନ ଭାବରେ ଧ୍ୟାନ ଦେବେ ବୋଲି କହିଛନ୍ତି ସନି ଦେଓ୍ଵଲ।

Comment