ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିପର୍ଯ୍ୟୟ ପ୍ରଶମନ ଆଇନ ୨୦୦୫ ଅନୁସାରେ କୋରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଛି। କୋରୋନାକୁ ନେଇ କୌଣସି ଉପଚାର ବା ଔଷଧ ନଥିବାରୁ ମୁଖ୍ୟମନ୍ତ୍ରୀ ଏହାକୁ ରାଜ୍ୟ ବିପର୍ଯ୍ୟୟ ବୋଲି କହିଛନ୍ତି।

ମାର୍ଚ୍ଚ ୩୧ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ। ଏହାସହ ରାଜ୍ୟର ସମସ୍ତ ସପିଂ ମଲ୍‌ ଓ ସୁଇମିଙ୍ଗ୍‌ ପୁଲ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ସେହିପରି କୋରୋନାକୁ ମୁକାବିଲା ପାଇଁ ୨୦୦ କୋଟିର ପାଣ୍ଠି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେମିନାର, ୱାର୍କସପ, ସମ୍ମୀଳନୀ ବନ୍ଦ ରଖାଯିବାକୁ ଘୋଷଣା କରାଯାଇଛି। ଏହା ସହ ବାହାଘର, ଧର୍ମୀୟ କାର୍ଯ୍ୟକ୍ରମ ଓ ସଭାସମିତିକୁ ନିୟନ୍ତ୍ରଣ କରାଯିବ। ସାମାଜିକ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଧିକାରୀ ନିୟନ୍ତ୍ରଣ କରିବେ।

Comment