ଓଡ଼ିଶାଲାଇଭ୍ ବ୍ୟୁରୋ

ହୁ ହୁ ହୋଇ ବ୍ୟାପୁଛି କୋରୋନା। ଭାରତରେ କୋରୋନା ରୋଗୀଙ୍କ ସଂଖ୍ୟା ୭୫ରେ ପହଞ୍ଚିଛି। ଉତ୍ତର ପ୍ରଦେଶ ଓ ଆନ୍ଧ୍ରପ୍ରଦେଶରୁ ଦୁଇଜଣ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ବିଗତ ୨୪ଘଣ୍ଟା ମଧ୍ୟରେ ୭ଟି ରାଜ୍ୟରୁ ୧୬ଟି ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି। ଗୁରୁବାର ଭାରତରେ ପ୍ରଥମ କୋରନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।

ସେପେଟ ଆଇଟିବିପି କେନ୍ଦ୍ରରେ ଥିବା ୧୧୨ଜଣ କୋରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ସେମାନଙ୍କୁ ଶୁକ୍ରବାର ଆଇଟିବିପି କେନ୍ଦ୍ରରୁ ଛୁଟି ଦିଆଯିବ। ଗତମାସ ଚୀନର ଉହାନ ସହରରୁ ଏହି ୧୧୨ସନ୍ଦିଗ୍ଧ ଭାରତ ଫେରିଥିଲେ। ସେମାନଙ୍କ ମଧ୍ୟରୁ ୩୬ଜଣ ବିଦେଶୀ ନାଗରିକ ରହିଛନ୍ତି। ଏନେଇ ଆଟିବିପିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଏହାସହ କୋରୋନା ସଂକ୍ରମିତଙ୍କ ସହ ସମ୍ପର୍କରେ ଆସିଥିବା ୩୦ହଜାର ଲୋକଙ୍କ ଉପରେ ନଜର ରଖାଯାଇଛି। କୋରୋନା ସଂକ୍ରମିତଙ୍କ ପାଇଁ ନିକଟସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଅଧିକ ଆଇସୋଲେସନ ୱାର୍ଡ ବ୍ୟବସ୍ଥା କରାଯିବ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚନା ଦେଇଛି।

ସାରା ବିଶ୍ୱରେ କୋରୋନା କାୟା ବିସ୍ତାର କରିବାକୁ ଲାଗିଛି।  ବର୍ତ୍ତମାନ ସୁଦ୍ଧା କୋରୋନା ସଂକ୍ରମିତ ହୋଇ ୪ହଜର ୬ଶହ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ବିଶ୍ୱରେ ୧ଲକ୍ଷ ୨୫ହଜାର ୨୩୯କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଆଶ୍ୱସ୍ତିକର କଥା ହେଉଛି ସେମାନଙ୍କ ମଧ୍ୟରୁ ୬୬ହଜାର କୋରୋନା ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି।

Comment