ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଛୋଟ ପରଦାରେ ଭଗବାନ ରାମଙ୍କ ଚରିତ୍ରରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ଗୁରୁମିତ ଚୌଧୁରୀଙ୍କୁ ଖୁବଶୀଘ୍ର ବଡ଼ ପରଦାରେ ଦେଖିବାକୁ ମିଳିବ। ଖୁବଶୀଘ୍ର ଗୁରମିତ ଏକ ହରର୍‌ ଫିଲ୍ମରେ ନଜର ଆସିବେ।

ଫିଲ୍ମର ଟାଇଟଲ ହେଉଛି ‘ଦ ଓ୍ୱାଇଫ୍‌’। ଏହି ଫିଲ୍ମରେ ଗୁରମିତଙ୍କ ସହିତ ମୁଖ୍ୟ ଚରିତ୍ରରେ ଅଭିନେତ୍ରୀ ସାୟନି ଦତ୍ତଙ୍କୁ ଦେଖିବାକୁ ମିଳିବ। ସରମଦ ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଚଳିତ ବର୍ଷ ଅକ୍ଟୋବର ୩୦ରେ ରିଲିଜ ହେବ ବୋଲି ଜଣାପଡ଼ିଛି।

ପ୍ରାୟ ୧୧ ବର୍ଷ ଧରି ଟେଲିଭିଜନରେ କାମ କରିବା ପରେ ଗୁରୁମିତଙ୍କୁ ଖାମୋସିଆଁ ଫିଲ୍ମରେ ବଡ଼ ପରଦାକୁ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ୨୦୧୫ରେ ରିଲିଜ ହୋଇଥିଲା। ଏହାପରେ ସେ ‘ଓ୍ୱଜହ ତୁମ୍‌ ହୋ’, ‘ଲାଲି କେ ସାଦି ମେ ଲଡୁ ଦିଓ୍ୱାନା’, ‘ପଲଟନ’ ଭଳି ଫିଲ୍ମରେ ଅଭିନୟ କରିଥିଲେ।

Comment