ଓଡ଼ିଶାଲାଇଭ୍ ବ୍ୟୁରୋ

ଓଜନ ବଢ଼ିବା ଶରୀରର ଏକ ମୌଳିକ ପ୍ରକ୍ରିୟା। ବେଳେ ବେଳେ ଆମେ ଖାଇବା ପିଇବା ଉପରେ ଯଥେଷ୍ଠ ଧ୍ୟାନ ଦେବା ପରେ ମଧ୍ୟ ଆମ ଓଜନ ବଢ଼ିଥାଏ। ଯାହାକୁ ନେଇ ଆମେ ଅନେକ ସମୟରେ ଚିନ୍ତାରେ ପଡ଼ିଯାଉ। ଓଜନ କମାଇବା ପାଇଁ ଆମେ ନାନା ଉପାୟ ଅବଲମ୍ବନ କଲେ ସୁଦ୍ଧା ଓଜନ କମିନଥାଏ।

ତେବେ କେବଳ ଅଧିକ ଖାଇବା ପିଇବା ଦ୍ଵାରା ଆମ ଓଜନ ବଢ଼ିନଥାଏ। ଆମ ଶରୀରରେ ଏମିତି ବି କିଛି ସମସ୍ୟା ରହିଥାଏ, ଯେଉଁଥିପାଇଁ ଆମ ଓଜନ ବଢିଥାଏ। ଆସନ୍ତୁ ଜାଣିବା ଏହି ସମସ୍ୟା ଗୁଡ଼ିକ କ’ଣ ?

୧. ହରମୋନ ଅସନ୍ତୁଳନ

ଶରୀରରେ ହରମୋନ ଅସନ୍ତୁଳନ ହେଲେ ଅନେକ ପ୍ରକାର ସମସ୍ୟା ଦେଖା ଦେଇଥାଏ। ଶରୀରରେ ଓଜନ ବଢ଼ିବା ମଧ୍ୟ ହରମୋନ ଅସନ୍ତୁଳନ ଏକ କାରଣ। ସାଧାରଣତଃ ଏଭଳି ସମସ୍ୟା ମହିଳା ମାନଙ୍କ ମଧ୍ୟରେ ଦେଖା ଯାଇଥାଏ। ଏହାଦ୍ଵାରା ଶରୀରର ଓଜନ ହ୍ରାସ ପାଇବା ଆଶଙ୍କା ମଧ୍ୟ ରହିଛି।

ଶରୀର ପାଚନକ୍ରିୟା କମିଗଲେ ଆମ ଶରୀରରେ ହରମୋନ ଅସନ୍ତୁଳନ ହୋଇଥାଏ। ଏଥିପାଇଁ ପ୍ରତ୍ୟେକ ଲୋକଙ୍କୁ ପ୍ରତିଦିନ ଯୋଗ କିମ୍ବା ବ୍ୟାୟାମ କରାଯିବା ଆବଶ୍ୟକ ରହିଛି। ଏହାଦ୍ଵାରା ଆମ ଶରୀରରେ ହରମୋନ ଅସନ୍ତୁଳନ ହେବାର ସମ୍ଭାବନା କମ୍ ରହିଥାଏ। ନିୟମିତ ଭାବରେ ଯୋଗ ବ୍ୟାୟାମ କରିବା ପରେ ବି ଶରୀରରେ ହରମୋନ ଅସନ୍ତୁଳନ ରହିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

 

୨. ଶରୀର ଜଳୀୟ ଅଂଶ କମ୍ ରହିଲେ

ଶରୀରରେ ଜଳୀୟ ଅଂଶ କମ୍ ରହିଲେ ମଧ୍ୟ ଓଜନ ବଢିଥାଏ। ଅନେକ ସମୟରେ ଲୋକେ ପାଣି ପିଇବା ପ୍ରତି ଧ୍ୟାନ ଦେଇନଥାନ୍ତି। ଏହାର ଫଳ ସ୍ଵରୁପ ଓଜନ ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଥାଏ। ନିୟମିତ ଭାବରେ ଶରୀରରୁ ଜଳୀୟ ଅଂଶ କମ୍ ରହିଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ।

୩. ରାତିରେ ନିଦ ହେଉନଥିଲେ

ଶରୀରର ସାମଗ୍ରିକ ବିକାଶ ପାଇଁ ନିଦ ଅତ୍ୟନ୍ତ ଆବଶ୍ୟକ। ଠିକ ଭାବରେ ନହେଲେ ଓଜନ ବଢ଼ିବାର ଆଶଙ୍କା ରହିଛି। ରାତିରେ ଶୋଇବା ଦ୍ଵାରା ଆମ ଶରୀରରୁ କ୍ଷୁଧା ହରମୋନ କ୍ଷରଣ ହୋଇଥାଏ। ଯାହା ଦ୍ଵାରା ଏହା ଆମ ଶରୀରରେ ଥିବା ଅନାବଶ୍ୟକ କ୍ୟାଲୋରୀକୁ ବ୍ୟବହାର କରିଥାଏ।

ଠିକ୍ ଭାବରେ ନିଦ ନହେଲେ ଶରୀରରେ ଅନାବଶ୍ୟକ କ୍ୟାଲୋରୀ ଯୋଗୁଁ ଆମ ଶରୀରର ଓଜନ ବୃଦ୍ଧି ପାଇଥାଏ। ଏଭଳି ସମସ୍ୟା ଲାଗି ରହିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ।

୪. ଔଷଧର ପାର୍ଶ୍ଵ ପ୍ରତିକ୍ରିୟା

ବେଳେବେଳେ ଅତ୍ୟଧିକ ଔଷଧ ସେବନ ଦ୍ଵାରା ଆମ ଶରୀରର ଓଜନ ବୃଦ୍ଧି ପାଇଥାଏ। ସାଧାରଣତଃ ଗର୍ଭ ନିୟନ୍ତଣ ଔଷଧ ଓ ଡେପ୍ରେସନ ପାଇଁ ଖାଉଥିବା ଔଷଧ ଯୋଗୁଁ ଶରୀରର ଓଜନ ବୃଦ୍ଧି ପାଇଥାଏ।

Comment