ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ସାରା ବିଶ୍ୱରେ ନିଜର ଭୟ ସୃଷ୍ଟି କରିଥିବା କରୋନା ଭାଇରସ୍ ଏବେ ବଲିଉଡ୍ ଇଣ୍ଡଷ୍ଟ୍ରୀ ଉପରେ ନିଜର କାୟା ବିସ୍ତାର କରିଛି। ଯେଉଁ କାରଣରୁ ଫିଲ୍ମ ଓ ଟିଭି ସିରିଏଲ ସୁଟିଂକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।ବଲିଉଡର କେତେକ ଫିଲ୍ମର ରିଲିଜକୁ ମଧ୍ୟ କରୋନା କାରଣରୁ ବନ୍ଦ କରିଦିଆଯାଇଛି। ସୂର୍ଯ୍ୟବଂଶୀ ଫିଲ୍ମକୁ କେବଳ ଏହି କାରଣରୁ ରିଲିଜ୍ କରାଯାଇନାହିଁ। ଏଥିସହିତ ଦେଶର ଅନେକ ସିନେମା ହଲକୁ ମଧ୍ୟ ବନ୍ଦ କରିଦିଆଯାଇଛି।

ଫିଲ୍ମ ଓ ଟିଭି ସିରିଏଲର ସୁଟିଂ ହେଲେ ସେଠାରେ ଅନେକ ଲୋକ ଏକାଠି ହେବାକୁ ପଡ଼ିଥାଏ। ଫଳରେ ସେଠାରୁ କରୋନା ଭାଇରସ ବ୍ୟାପିବାର ସମ୍ଭାବନା ରହିଥାଏ। ଏହି କାରଣରୁ ଫିଲ୍ମ ଓ ଟିଭି ସିରିଏଲ୍ ସୁଟିଂ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।କରୋନା ଯୋଗୁଁ ସାରା ବିଶ୍ୱରେ ପାଞ୍ଚ ହଜାରରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ପାର୍ କରିସାରିଲାଣି। ତେଣୁ ସରକାର ଏହାକୁ ମୁକାବିଲା କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି।

Comment