ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ସୁରକ୍ଷା ବାହିନୀଙ୍କ ଗୁଳିରେ ୪ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀମାନେ ଲସ୍କର-ଇ-ତାଇବା ଏବଂ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ବୋଲି ଜଣାପଡ଼ିଛି।

ଏହି ଏନକାଉଣ୍ଟରରେ ଜଣେ ହିଜବୁଲ କମାଣ୍ଡର ତାରିକ ଅହମ୍ମଦଙ୍କ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଅନ୍ୟ ତିନି ଜଣ ଲସ୍କର ଆତଙ୍କବାଦୀ ନିହତ ହୋଇଛନ୍ତି। ଅନନ୍ତନାଗରେ ଏହି ଏନକାଉଣ୍ଟର ପରେ ଅନନ୍ତନାଗ ଏବଂ କୁଲଗାମରେ ଇଣ୍ଟରନେଟ ସେବା ବନ୍ଦ ହୋଇଯାଇଛି। ଏହାସହ ସେହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

ଏହାପୂର୍ବରୁ ମାର୍ଚ୍ଚ ୯ରେ ଜମ୍ମୁ କଶ୍ମୀରର ଶୋପିଆନ୍‌ରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ରେବେନେ ଖୱାଜାପୁରାରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏହି ଏନକାଉଣ୍ଟର ହୋଇଥିଲା। ଆତଙ୍କବାଦୀମାନେ ଲୁଚିଥିବା ଖବହର ପାଇବା ପରେ ଏହି ଅପରେସନ ଆରମ୍ଭ ହୋଇଥିଲା।

Comment