ଓଡ଼ିଶାଲାଇଭ୍ ବ୍ୟୁରୋ
୫ ପ୍ରତିଶତ ବଢ଼ିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା। ଏହା ୨୦୧୯ ଜୁଲାଇ ମାସରୁ ପିଛିଲା ଭାବେ ଲାଗୁ ହେବ।
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ବଢ଼ିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା। କର୍ମଚାରୀଙ୍କ ୫ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ୨୦୧୯ ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ।
ପୂର୍ବରୁ ୨୦୨୦ ଜାନୁଆରି ୧ରୁ ପିଛିଲା ଭାବେ ଲାଗୁ ହେବା ନେଇ ନିଷ୍ପତ୍ତି ହୋଇଥିଲା। ମହଙ୍ଗା ଭତ୍ତା ପୂର୍ବରୁ ୧୨ ପ୍ରତିଶତ ରହିଥିଲା। ବର୍ତ୍ତମାନ ଏହାକୁ ୫ ପ୍ରତିଶତ ବୃଦ୍ଧି କରାଯାଇ ୧୭ ପ୍ରତିଶତ କରାଯାଇଛି।
୨୦୧୬ ଜାନୁଆରି ୧ରୁ ସପ୍ତମ ବେତନ କମିସନ୍ ଲାଗୁ ହେବା ପରେ କର୍ମଚାରୀମାନଙ୍କୁ ବକେୟା ଦରମାର ୧୦% ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଏହି ଘୋଷଣା ପରେ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇ ପିଛିଲା ଭାବେ ଲାଗୁ କରାଯାଇଛି।