ଓଡ଼ିଶାଲାଇଭ୍ ବ୍ୟୁରୋ

ଅନେକ ସମୟରେ ଆମ ନାକରୁ ରକ୍ତ ପଡିଥାଏ। ଏଥିପାଇଁ ଚିନ୍ତିତ ହୋଇପଡିଥାଉ। ତେବେ ନାକରୁ ରକ୍ତ ପଡିବା କୌଣସି ଏକ ରୋଗ ନୁହେଁ। ବିଭିନ୍ନ କାରଣରୁ ଆମ ନାକରୁ ରକ୍ତ ପଡିଥାଏ। ଆସନ୍ତୁ ଜାଣିବା କେଉଁ କାରଣରୁ ନାକରୁ ରକ୍ତ ପଡିଥାଏ।

ଶରୀରରେ ରାସାୟନିକ ତତ୍ତ୍ୱର  ଅସନ୍ତୁଳନ

ଆମ ଦେହରେ ମଧ୍ୟ ରାସାୟନିକ ଅନେକ ପ୍ରକାରର ତତ୍ତ୍ୱ ରହିଛି। ଏହି ରାସାୟନିକ ତତ୍ତ୍ୱର ସନ୍ତୁଳନ ରହିବା ନିହାତି ଆବଶ୍ୟକ। ରାସାୟନିକ ତତ୍ତ୍ୱର ଅସନ୍ତୁଳନ ଘଟିଲେ ନାକରୁ ରକ୍ତ ପଡ଼ିବା ଭଳି ସମସ୍ୟା ଦେଖାଦେଇଥାଏ।

ଆଲର୍ଜି ପ୍ରତିକ୍ରିୟା

ଶରୀରକୁ ଜୀବାଣୁ ଏବଂ ଜୀବାଣୁ ରକ୍ଷା କରିବା ପ୍ରତିରକ୍ଷା ପ୍ରଣାଳୀ ଦାୟୀ। ଅନେକ ସମୟରେ ଏହି ପ୍ରତିରକ୍ଷା ପ୍ରଣାଳୀ ଶରୀର କେତେକ କୋଷିକା ସହ ସମ୍ପର୍କରେ ଆସି ବିପରୀତ ପ୍ରତିକ୍ରିୟା କରିଥାନ୍ତି। ଫଳ ଶରୀରରେ ଆଲେର୍ଜୀ  ଭଳି ରୋଗ ଦେଖା ଦେଇଥାଏ। ଏହାଦ୍ୱାର ଜଣେ ବ୍ୟକ୍ତିଙ୍କ ନାକରୁ ରକ୍ତ ମଧ୍ୟ ପଡିଥାଏ।

ବାରମ୍ବାର ଛିଙ୍କିବା

ବାରମ୍ବାର ଛିଙ୍କିବା ଦ୍ୱାରା ମଧ୍ୟ ଆମ ନାକରୁ ରକ୍ତ ପଡିଥାଏ। ତେବେ ବାରମ୍ବାର ଛିଙ୍କ ହୋଇ ନାକରୁ ରକ୍ତ ପଡ଼ୁଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶର ଆବଶ୍ୟକତା ରହିଛି।

ଥଣ୍ଡା ପବନ ସଂସ୍ପର୍ଶରେ ଆସିଲେ

ଥଣ୍ଡା ପବନ ସଂସ୍ପର୍ଶରେ ଆସିଲେ ମଧ୍ୟ ନାକରୁ ରକ୍ତ ପଡ଼ିବା ଭଳି ସମସ୍ୟା ଦେଖାଦେଇଥିଲେ। ବିଶେଷ କରି ଛୋଟପିଲାଙ୍କ ଦେହରେ ଏଭଳି ସମସ୍ୟା ଦେଖା ଦେଇଥାଏ। ଏଭଳି ସମସ୍ୟା ଦେଖା ଦେଲେ ଛୋଟପିଲାଙ୍କୁ ଥଣ୍ଡା ଜଳବାୟୁଠାରୁ ଦୁରେଇ ରଖନ୍ତୁ।

ଶ୍ୱାସ ରୋଗ ସଂକ୍ରମଣ

ଶ୍ୱାସରୋଗୀଙ୍କଠାରେ ମଧ୍ୟ ନାକରୁ ରକ୍ତ ପଡ଼ିବା ଭଳି ସମସ୍ୟା ଦେଖାଦେଇଥାଏ। ଏଥିପାଇଁ ଶ୍ୱାସରୋଗୀଙ୍କ ନିକଟରେ ଏଭଳି ସମସ୍ୟା ଦେଖାଦେଲେ ଧୂଳି, ଧୁଆଁଠାରୁ ଦୁରେଇ ରହିବା ଆବଶ୍ୟକ।

ପେଟ ଗରମ ହେଲେ

ଦୈନନ୍ଦିନ କାର୍ଯ୍ୟରେ ବ୍ୟସ୍ତତା ଯୋଗୁଁ ଆମେ ଖାଇବା ପିଇବା ଠିକ୍ ରଖିନଥାଉ। ଫଳରେ ନାକରୁ ରକ୍ତ ପଡ଼ିବା ଭଳି ସମସ୍ୟା ଦେଖା ଦେଇଥାଏ। ଏଥିପାଇଁ ଖାଇବା ପିଇବା ସମୟ ଠିକ୍ ରଖିବା ନିତାନ୍ତ ଆବଶ୍ୟକ।

ଉଚ୍ଚ ରକ୍ତଚାପ

ଉଚ୍ଚ ରକ୍ତଚାପ ଦ୍ୱାରା ନାକରୁ ରକ୍ତ ପଡ଼ିବା ଭଳି ସମସ୍ୟା ଦେଖାଦେଇଥାଏ। ଉଚ୍ଚ ରକ୍ତଚାପ ଯୋଗୁଁ ଆମ ରକ୍ତ ବାହିକାରେ ଆବଶ୍ୟକ ପରିମାଣରୁ ଅଧିକ ରକ୍ତ ବୋହିଥାଏ। ଫଳରେ ନାକରୁ ରକ୍ତ ପଡ଼ିବା ଭଳି ସମସ୍ୟା ଦେଖାଦେଇଥାଏ।

ରକ୍ତଶ୍ରାବ ଜନିତ ରୋଗ

ରକ୍ତଶ୍ରାବ ଜନିତ ରୋଗ ହୋଇଥିଲେ ମଧ୍ୟ ଏହି ସମସ୍ୟା ହୋଇଥିଲେ ମଧ୍ୟ ନାକରୁ ରକ୍ତ ପଡ଼ିଥାଏ। ଏଭଳି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ନିୟମିତ ବ୍ୟାୟାମ କରିବା ସହ ଖାଇବା ପିଇବା ସମୟ ଠିକ ରହିଲେ ନାକରୁ ରକ୍ତ ପଡ଼ିବା ଭଳି ସମସ୍ୟା ଠିକ୍ ହୋଇ ପାରିବ।

Comment