ଓଡ଼ିଶାଲାଇଭ୍ ବ୍ୟୁରୋ

ଜିଓ ଗ୍ରାହକମାନଙ୍କ ପାଇଁ ଖୁସିର ଖବର। ଯଦି ଆପଣମାନେ କମ୍ ଦାମରେ ଅଧିକ ସୁବିଧା ପାଇବାକୁ ଚାହୁଁଛନ୍ତି ତେବେ ଜିଓର ଏହି ରିଚାର୍ଜ ପ୍ଲାନ୍ ଆପଣଙ୍କ କାମରେ ଆସିପାରେ। ଏଥିରେ ଆପଣ ମାତ୍ର ୧୨୯ ଟଙ୍କା ରିଚାର୍ଜ କରି ଅନଲିମିଟେଡ୍ ଜିଓ କଲ୍ ସହ ଇଣ୍ଟରନେଟ୍ ସୁବିଧା ପାଇପାରିବେ।

ଟେଲିକମ୍ ଜଗତରେ ଲାଗି ରହିଥିବା ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଏବେ ଜିଓ ଏହି ରିଚାର୍ଜ ପ୍ଲାନ୍ ଆରମ୍ଭ କରିଛି। ୧୨୯ ଟଙ୍କାର ଏହି ରିଚାର୍ଜ ପ୍ଲାନରେ ଗ୍ରାହକମାନେ ୨୮ଦିନ ପାଇଁ ଜିଓରୁ ଜିଓ ଅନଲିମିଟେଡ୍ କଲ୍ କରିବାର ସୁଯୋଗ ପାଇପାରିବେ।

ଏଥିସହିତ ଏହି ରିଚାର୍ଜ ପ୍ଲାନରେ  ଅନ୍ୟ ନେଟୱାର୍କକୁ ୧ ହଜାର ମିନିଟର ମାଗଣା କଲ୍ ମଧ୍ୟ ମିଳିପାରିବ। ଡାଟା ପ୍ୟାକ୍ ଭାବେ ଏହି ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ମୋଟ୍ ୨ ଜିବି ଇଣ୍ଟରନେଟ୍ ମିଳିପାରିବ। ଏଥିସହିତ ଗ୍ରାହକମାନେ ଏଥିରେ ୩ଶହ ମାଗଣା ଏସ୍ଏମ୍ଏସ୍ ମଧ୍ୟ କରିପାରିବେ।

୧୨୯ ଟଙ୍କାର ଏହି ଜିଓ ରିଚାର୍ଜ ପ୍ଲାନରେ ଗ୍ରାହକମାନଙ୍କୁ ଜିଓ ସିନେମା ଓ ଜିଓ ସାଭନ୍ ଆପ ମଧ୍ୟ ମାଗଣାରେ ମିଳିପାରିବ।

Comment