ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ବଲିଉଡ୍‌ କଣ୍ଠଶିଳ୍ପୀ ଅଳକା ୟାଗନିକଙ୍କ ଜନ୍ମଦିନ। ସେ ଆଜି ୫୪ ବର୍ଷ ବୟସରେ ପାଦ ଦେଇଛନ୍ତି। ଅଲକା ୟାଗନିକ୍ ବଲିଉଡ ଚଳଚ୍ଚିତ୍ର ପାଇଁ ଅନେକ ସୁପହିଟ୍‌ ଗୀତ ଗାଇଛନ୍ତି। ସେ ଆଜିର ଦିନରେ କୋଲକତାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମଦିନରେ ଆଜି ଚାରି ଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି।

ଅଳକା ବହୁତ କମ୍ ବୟସରେ ଗୀତ ଗାଇବା ଆରମ୍ଭ କରିଥିଲେ। ଯେତେବେଳେ ସେ ଗୀତ ଗାଇବା ଆରମ୍ଭ କରିଥିଲେ ସେତେବେଳେ ତାଙ୍କୁ ମାତ୍ର ୬ ବର୍ଷ ହୋଇଥିଲା।

ଅଳକା ଗୁଜୁରାଟୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମା’ ଶୁଭା ମଧ୍ୟ ଜଣେ ଶାସ୍ତ୍ରୀୟ ଗାୟକ ଥିଲେ। ଅଳକା କଲିକତାରେ ୬ ବର୍ଷ ବୟସରୁ ଆକାଶବାଣୀ ପାଇଁ ଗୀତ ଗାଇବା ଆରମ୍ଭ କରିଥିଲେ। ୧୦ ବର୍ଷ ବୟସରେ ତାଙ୍କ ମା’ ତାଙ୍କୁ ଶିଶୁ ଗାୟକ ଭାବରେ ମୁମ୍ବାଇ ଆଣିଥିଲେ।

ପରେ ଅଭିନେତା ରାଜ କପୁର ତାଙ୍କ ସ୍ୱର ଶୁଣି ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତଙ୍କ ନିକଟକୁ ପଠାଇଲେ।  ଏହାପରେ ସେ ୧୯୮୦ରେ ‘ପାୟଲ କି ଝଙ୍କାର’ ଚଳଚ୍ଚିତ୍ର ପାଇଁ ତାଙ୍କର ପ୍ରଥମ ଗୀତ ଗାଇଥିଲେ। ଏହା ପରେ ୧୯୮୧ ମସିହାରେ ଲାଭାରିସ୍ ଚଳଚ୍ଚିତ୍ରରେ ‘ମେରେ ଅଙ୍ଗନେ ମେ’ ଏବଂ ପରେ ହାମାରି ବହୁ ଅଲକା ଚଳଚ୍ଚିତ୍ରରେ ମଧ୍ୟ ସେ ଗୀତ ଗାଇଥିଲେ।

ସେ ତେଜାବ ଚଳଚ୍ଚିତ୍ରର ଏକ୍ ଦୋ ତିନ୍ ଗୀତରୁ ଏକ ବଡ଼ ସଫଳତା ହେସଲ କରିଥିଲେ। ଏହି ଗୀତ ପାଇଁ ସେ ଶ୍ରେଷ୍ଠ ମହିଳା ପ୍ଲେବ୍ୟାକ୍ ଗାୟିକା ଭାବେ ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଥିଲେ। ଏହାସହ ସେ ୭ଥର ଫିଲ୍ମଫେୟାର ଆଓ୍ଵାର୍ଡ ପାଇଛନ୍ତି।

Comment