ଓଡ଼ିଶାଲାଇଭ୍ ବ୍ୟୁରୋ

ministry of defence ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନରେ ଥିବା ଡିଫେନ୍ସ ପ୍ରଡକ୍ସନ ଇନ୍‌ଫର୍‌ମେସନ୍‌ ଟେକ୍ନୋଲୋଜୀ (DP IT) ରେ ୩ଟି ଜେନେରାଲ ମ୍ୟାନେଜର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ମାର୍ଚ୍ଚ ୨୩ ଯାଏଁ ଆବେଦନ କରିପାରିବେ।

ପଦବୀ ସଂଖ୍ୟା:

  • ଆଡିସନାଲ୍‌ ଜେନେରାଲ ମ୍ୟାନେଜର (AGM) – ଗୋଟିଏ ପଦବୀ
  • ଡେପୁଟି ଜେନେରାଲ ମ୍ୟାନେଜର (DGM) – ଦୁଇଟି ପଦବୀ

ଯୋଗ୍ୟତା:

  • ସାଇନ୍ସ/ଆଇଟି/ଇଞ୍ଜିନିୟରିଂ ରେ ସ୍ନାତକ ଡିଗ୍ରୀ ହାସଲ କରିଥିବେ।
  • ଯେକୌଣସି ସରକାରୀ କିମ୍ବା ବେସରକାରୀ ସଂସ୍ଥା ବା କେନ୍ଦ୍ରଶାସିତ ଅଞ୍ଚଳର ଆଡ୍‌ମିନିଷ୍ଟ୍ରେସନସ୍‌ରେ/ଆଇଆଇଟି ରେ କାର୍ଯ୍ୟରତ କର୍ମଚାରୀମାନେ ଆବେଦନ କରିପାରିବେ।
  • AGM ପଦବୀ ପାଇଁ- ଡିରେକ୍ଟର କିମ୍ବା ସମକକ୍ଷକ ପଦବୀରେ କାର୍ଯ୍ୟ କରୁଥିବେ। ମୁଖ୍ୟ ଆଇଟି ପ୍ରୋଜେକ୍ଟରେ କାମ କରିବାର ଅତିକମ୍‌ରେ ୧୦ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • DGM ପଦବୀ ପାଇଁ- ଡେପୁଟି ସେକ୍ରିଟାରୀ ପଦବୀରେ କରୁଥିବେ। ମୁଖ୍ୟ ଆଇଟି ପ୍ରୋଜେକ୍ଟରେ କାମ କରିବାର ଅତିକମ୍‌ରେ ୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ବୟସ– ୫୦ ବର୍ଷରୁ କମ୍‌ ବୟସ୍କ

ନିଯୁକ୍ତି ସ୍ଥାନ– ଦିଲ୍ଲୀ

ଦରମା:

  • ଏଜିଏମ୍‌- ୧, ୦୦, ୦୦୦ରୁ ୨, ୬୦, ୦୦୦ ଟଙ୍କା
  • ଡିଜିଏମ୍‌- ୯୦,୦୦୦ରୁ ୨, ୪୦, ୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଆବେଦନପତ୍ର ଡାକ ମାଧ୍ୟମରେ ମାର୍ଚ୍ଚ ୨୩ ସୁଦ୍ଧା ନିମ୍ନଲିଖିତ ଠିକଣାରେ ପଠାଇବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଠିକଣା: ରୁମ୍‌ ନଂ-୬୦୨, ୬ଷ୍ଠ ଫ୍ଲୋର୍‌, ଡିଏମ୍‌ଆର୍‌ସି ବିଲ୍ଡିଂ, କନେକ୍ଟ,ସ୍‌ ଟାଓ୍ଵାର-୨, ଭବଭୁତି ମାର୍ଗ, ନୂଆ ଦିଲ୍ଲୀ-୧୧୦୦୦୨ (ସିଇଓ, ଡିପି ଆଇଟି ଡିଭିଜନ୍‌)

ଅଧିକ ସୂଚନା ପାଇଁ mod.gov.in ରେ ଲଗ୍‌ଇନ୍‌ କରନ୍ତୁ।

source – www.chakiri.plus

Comment