ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ମଧ୍ୟପ୍ରଦେଶ ବିଧାନସଭାରେ ବହୁମତ ପ୍ରମାଣ କରିବେ ମୁଖ୍ୟମନ୍ତ୍ରୀ କମଳନାଥ। ସୁପ୍ରିମକୋର୍ଟ ଏନେଇ ଗୁରୁବାର କମଳନାଥଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।

କମଳନାଥଙ୍କ ଫ୍ଲୋର୍ ଟେଷ୍ଟ କରାଇବା ପାଇଁ ବିଜେପି ନେତା ଶିବରାଜ ସିଂହ ଚୌହାନ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲେ। ଗୁରୁବାର ସୁପ୍ରିମକୋର୍ଟ ଏହାର ଶୁଣାଣି କରି ରାୟ ପ୍ରକାଶ କରିଥିଲେ। ସୁପ୍ରିମକୋର୍ଟ ତାଙ୍କର ରାୟରେ କମଳନାଥଙ୍କୁ ଶୁକ୍ରବାର ବିଧାନସଭାରେ ବହୁମତ ପ୍ରମାଣ କରିବାକୁ ରାୟ ଶୁଣାଇଛନ୍ତି। ଏଥିସହିତ ସୁପ୍ରିମକୋର୍ଟ କହିଛନ୍ତି ଯେ, ବହୁମତ ପ୍ରମାଣ କରିବା ସମୟର ଲାଇଭ୍ ଟେଲିକାଷ୍ଟ କରାଯିବ। କଂଗ୍ରେସର ୨୨ ବିଧାୟକମାନଙ୍କୁ ଗୃହରେ ଯୋଗଦେବା ପାଇଁ ମଧ୍ୟ ବାଧ୍ୟ କରାଯିବ ନାହିଁ।

ମଧ୍ୟପ୍ରଦେଶରେ କଂଗ୍ରେସର ୨୨ ଜଣ ବିଧାୟକ ଇସ୍ତଫା ଦେବା ପରେ କମଳନାଥଙ୍କ ସରକାର ନିଜର ସଂଖ୍ୟାଗରିଷ୍ଠତା ହରାଇ ବସିଛି। ବର୍ତ୍ତମାନ ଗୃହରେ ସରକାର ଗଠନ କରିବା ପାଇଁ ୧୦୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେଉଛି। ଏପରି ପରିସ୍ଥିତିରେ କଂଗ୍ରେସ ପାଖରେ କେବଳ ୯୨ ବିଧାୟକ ରହିଛନ୍ତି। ବିଜେପି ପାଖରେ କିନ୍ତୁ ୧୦୭ ଜଣ ବିଧାୟକ ଅଛନ୍ତି। ତେଣୁ ମଧ୍ୟପ୍ରଦେଶରେ ବିଜେପି ପୁଣି ସରକାରକୁ ଫେରିବ ବୋଲି କୁହାଯାଉଛି।

Comment