ଓଡ଼ିଶାଲାଇଭ୍ ବ୍ୟୁରୋ

ଜିଓ ଗ୍ରାହକମାନଙ୍କ କମ୍ପାନି ଆଣିଛି ନୂଆ ଅଫର୍। ଏଣିକି ଡାଟା ଭାଉଚରମାନଙ୍କରେ ଗ୍ରାହକମାନଙ୍କୁ ଦୁଇଗୁଣା ଇଣ୍ଟରନେଟ୍ ମିଳିବ। ୧୧ ଟଙ୍କା, ୨୧ ଟଙ୍କା, ୫୧ ଟଙ୍କା ଓ ୧୦୧ ଟଙ୍କାର ଡାଟା ଭାଉଚର ରିଚାର୍ଜରେ ଏହି ସୁବିଧା ମିଳିପାରିବ।

୧୧ ଟଙ୍କାର ରିଚାର୍ଜରେ ପୂର୍ବରୁ ଗ୍ରାହକମାନଙ୍କୁ ୪ଶହ ଏମବି ଡାଟା ମିଳୁଥିଲା। ଏବେ କିନ୍ତୁ ଏହି ରିଚାର୍ଜରେ ୮ଶହ ଏମବି ଡାଟା ମିଳିବ। ସେହିପରି ୨୧ ଟଙ୍କା ରିଚାର୍ଜ ପ୍ୟାକରେ ଏକ ଜିବି ବଦଳରେ ଦୁଇ ଜିବି, ୫୧ଟଙ୍କାର ରିଚାର୍ଜରେ ୩ ଜିବି ବଦଳରେ ୬ଜିବି ଇଣ୍ଟରନେଟ୍ ମିଳିବ।

ଏଥିସହିତ ୧୦୧ ଟଙ୍କିଆ ଭାଉଚର ରିଚାର୍ଜରେ ଏଣିକି ୬ଜିବି ଡାଟା ବଦଳରେ ୧୨ ଜିବି ଡାଟା ମିଳିବ। ଏହି ସମସ୍ତ ରିଚାର୍ଜ ପ୍ଲାନରେ ଗ୍ରାହକମାନଙ୍କୁ କଲିଙ୍ଗ୍ ସୁବିଧା ମଧ୍ୟ ମିଳିବ ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି।

Comment