ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ପୋଲିସ ମୋଟର ପରିବହନ ସଂସ୍ଥାରେ ସମୁଦାୟ ୨୩୧ ଜଣ ଡ୍ରାଇଭର୍‌ଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଯୋଗ୍ୟ ପ୍ରାର୍ଥୀମାନେ ମାର୍ଚ୍ଚ ୨୮ ଯାଏଁ ଆବେଦନ କରପାରିବେ।

ଯୋଗ୍ୟତା:

  • ପ୍ରାର୍ଥୀ ଓଡ଼ିଆ ଏକ ବିଷୟ ରୂପେ ନେଇ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ କିମ୍ବା ଏମ୍‌.ଇ ଷ୍ଟାଣ୍ଡାର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ।
  • ସେ ଓଡ଼ିଆ ଭାଷା କହି, ଲେଖି ଓ ପଢ଼ିପାରୁଥିବେ।
  • ହାଲୁକା/ଭାରିଯାନ ଚଳାଇବାର ପେଶାଦାର ଗାଡ଼ି ଚାଳନା ବୈଧ ଲାଇସେନ୍ସ ଥିବା ଦରକାର।

ବୟସ ସୀମା:

  • ୨୦୨୦ ଜାନୁଆରି ୧ ସୁଦ୍ଧା ୧୮ରୁ ୨୩ ବର୍ଷ ମଧ୍ୟରେ ବୟସ ହୋଇଥିବ।
  • ସଂରକ୍ଷିତବର୍ଗ ପାଇଁ ବୟସ ସୀମା କୋହଳ କରାଯାଇଛି।

ଆବେଦନ ପ୍ରକ୍ରିୟା:

ପ୍ରାର୍ଥୀମାନେ oprecruitment.in ଓ୍ଵେବ୍‌ସାଇଟ୍‌କୁ ଯାଇ ଅନ୍‌ଲାଇନ୍‌ ଆବେଦନ କରିପାରିବେ।

ଆବେଦନ ଶୁଳ୍କ– କେବଳ ଅଣ ସଂରକ୍ଷିତବର୍ଗ ପ୍ରାର୍ଥୀମାନେ ପରୀକ୍ଷା ଶୁଳ୍କ ହିସାବରେ ୧୫୦ ଟଙ୍କା ଦେବେ। ଅନ୍ୟମାନେ ୩୦ ଟଙ୍କା ଦେବେ।

ଏହି ନିଯୁକ୍ତି ବିଷୟରେ ସବିଶେଷ ତଥ୍ୟ ପାଇଁ odishapolice.gov.in ରେ ଲଗ୍‌ଇନ୍‌ କରନ୍ତୁ।

Source: https://www.chakiri.plus/

Comment