ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡରେ ଏମିତି କିଛି ହ୍ୟାଣ୍ଡସମ ଅଭିନେତା ଅଛନ୍ତି ଯେଉଁମାନଙ୍କ ଲୁକ୍‌ରେ ଦର୍ଶକ ଦିଓ୍ୱାନା ହୋଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଫ୍ଲପ୍‌ ଫିଲ୍ମ ଯୋଗୁଁ ବଲିଉଡରେ ଆଉ ସେମାନଙ୍କୁ ଦେଖିବାକୁ ମିଳୁନାହିଁ। ପରେ ଯାହା ବି ଫିଲ୍ମ କରିଥିଲେ ସେଥିରେ ସେମାନଙ୍କୁ ସର୍ପୋଟିଂ ରୋଲ୍‌ରେ ଦେଖିବାକୁ ମିଳିଥିଲା। ଆସନ୍ତୁ ଜାଣିବା ସେମିତି କିଛି ହିରୋଙ୍କ ବିଷୟରେ।

ଅର୍ଜୁନ ରାମପାଳ

ଅଭିନେତା ଅର୍ଜୁନ ରାମପାଳଙ୍କୁ ଅଧିକାଂଶ ଫିଲ୍ମରେ ସର୍ପୋଟିଂ ରୋଲରେ ଦେଖିବାକୁ ମିଳିଛି। ହେଲେ ଅର୍ଜୁନ ତାଙ୍କ ଫିଲ୍ମ କ୍ୟାରିୟର ୨୦୦୧ରେ ପ୍ୟାର ଇସ୍କ ମହବତରୁ ଆରମ୍ଭ କରିଥିଲେ। ‘ହମ୍‌ କୋ ତୁମସେ ପ୍ୟାର୍‌ ହୈ’ରେ ଅର୍ଜୁନଙ୍କ ଖୁବ୍‌ ପସନ୍ଦ କରିଥିଲେ ଦର୍ଶକ। ଏହାପରେ ଅନେକ ଫିଲ୍ମରେ ସେ ଦେଖାଯାଇଥିଲେ ମଧ୍ୟ ତାଙ୍କର କୌଣସି ଫିଲ୍ମ ହିଟ ହୋଇନଥିଲା।

ଅଫତବ

ବଲିଉଡରେ ହ୍ୟାଣ୍ଡସମ ଅଭିନେତାମାନଙ୍କ ମଧ୍ୟରେ ସବୁଠୁ ଲୋକପ୍ରିୟ ହୋଇଥିଲେ ଅଭିନେତା ଅଫତବ। ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରିଥିବା ଅଫତବ ବିଭିନ୍ନ ରୋମାଣ୍ଟିକ ଫିଲ୍ମରେ ଅଭିନୟ କରି ହିଟ୍‌ ହୋଇଥିଲେ। ପରେ ତାଙ୍କ ଫିଲ୍ମଗୁଡ଼ିକ ଫ୍ଲପ୍‌ ହେବା ଯୋଗୁଁ ସେ ସର୍ପୋଟିଂ ରୋଲ୍‌ କରିଥିଲେ।

ଡିନୋ ମୋରିୟା

୧୯୯୯ରେ ଆସିଥିବା ଫିଲ୍ମ ପ୍ୟାର ମେ କଭି କଭରୁ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ୨୦୦୦ ମସିହାରେ ସୁପରହିଟ ଫିଲ୍ମ ରାଜ୍‌ରେ ଅଭିନୟ କରିଥିଲେ। ହେଲେ ଏହାପରେ ତାଙ୍କର କିଛି ବି ଫିଲ୍ମ ହିଟ ହୋଇନଥିଲା। ବର୍ତ୍ତମାନ ତାଙ୍କୁ ଆଉ ଚଳଚ୍ଚିତ୍ରରେ ଦେଖିବାକୁ ମିଳୁନାହିଁ।

Comment