ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା କାରଣରୁ ଏବେ ଅଧିକାଂଶ ଅଫିସ୍ କର୍ମଚାରୀ ଘରେ ରହି କାମ କରୁଛନ୍ତି। ଏହି ଅଫିସ୍ କର୍ମଚାରୀଙ୍କ ପାଇଁ ଜିଓ ଆଣିଛି ୱର୍କ-ଫ୍ରମ୍-ହୋମ୍ ଅଫର୍। ଏହି ଅଫରରେ ଗ୍ରାହକମାନେ ମାତ୍ର ୨୫୧ ଟଙ୍କା ଦେଇ ୧୨୦ ଜିବି ଡାଟା ପାଇପାରିବେ।

ଜିଓ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ୨୫୧ ଟଙ୍କିଆ ରିଚାର୍ଜ ପ୍ଲାନରେ ଗ୍ରାହକମାନଙ୍କୁ ୫୧ ଦିନର ବୈଧତା ଦିଆଯାଇଛି। ଏଥିରେ ଗ୍ରାହକମାନଙ୍କୁ ପ୍ରତିଦିନ ୨ଜିବି ଲେଖାଏଁ ଡାଟା ମିଳିବ। ଏହି ପ୍ଲାନରେ ଗ୍ରାହକମାନଙ୍କୁ କୌଣସି କଲିଂ ସୁବିଧା ମିଳିବ ନାହିଁ। ଏହି ରିଚାର୍ଜ ପ୍ଲାନରେ ଗ୍ରାହକମାନେ ଦିନକୁ ୨ଜିବି ଡାଟା ବ୍ୟବହାର କରିପାରିବେ। ଏହା ସରିବା ପରେ ମଧ୍ୟ ଗ୍ରାହକମାନେ ୬୪ କେବିପିଏସରେ ଇଣ୍ଟରନେଟ୍ ବ୍ୟବହାର କରିପାରିବେ।

ଏହାପୂର୍ବରୁ ମଧ୍ୟ ଜିଓ ତା’ର ଗ୍ରାହକମାନଙ୍କ ପାଇଁ ଭାଉଚର ପ୍ଲାନରେ ବଡ଼ ଅଫର୍ ଆଣିଥିଲା। ଭାଉଚର ପ୍ଲାନରେ ଗ୍ରାହକମାନଙ୍କୁ ଯେତିକି ଡାଟା ମିଳୁଥିଲା ଏବେ ଏହାର ଦୁଇଗୁଣା ଇଣ୍ଟରନେଟ୍ ମିଳିପାରୁଛି।

Comment