ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ସାରା ବିଶ୍ୱ ଏବେ କରୋନା ଭାଇରସକୁ ନେଇ ଚିନ୍ତାରେ ରହିଛି। ଯେଉଁ କାରଣରୁ ଅଧିକାଂଶ ବଲିଉଡ୍ ସେଲିବ୍ରିଟି ହୋମ୍ କ୍ୱାରେଣ୍ଟାଇନରେ ରହିଥିବା ଦେଖିବାକୁ ମିଳିଛି। ତେବେ ଏହାରି ମଧ୍ୟରେ ବଲିଉଡ୍ ପ୍ରଶଂସକଙ୍କୁ ଗୋଟିଏ ଆଶ୍ଚର୍ଯ୍ୟଜନକ ଫଟୋ ଦେଖିବାକୁ ମିଳିଛି।ବଲିଉଡର ଆଗଧାଡ଼ିର ନାୟକ ରଣବୀର ସିଂହ ତାଙ୍କର ଏକ ଫଟୋକୁ ସୋସିଆଲ୍ ମିଡିଆରେ ସେଆର୍ କରିଛନ୍ତି। ଏହି ଫଟୋରେ ସେ ଏକ ଭୟଙ୍କର ରୂପରେ ନଜର ଆସିଛନ୍ତି। ତାଙ୍କ ଆଖି ଓ କେଶକୁ ଦେଖିଲେ କେହି ବି ତାଙ୍କୁ ଚିହ୍ନି ପାରିନାହାନ୍ତି। ଏହି ଫଟୋରେ ସେ ହୋମ୍ କ୍ୱାରେଣ୍ଟଟାଇନରୁ ଆସିବା ପରେ ନେଇଛନ୍ତି ବୋଲି ତାଙ୍କର ସୋସିଆଲ୍ ମିଡିଆ ପେଜରେ ଲେଖିଛନ୍ତି।

ରଣବୀର ସିଂହ ଓ ତାଙ୍କ ପତ୍ନୀ ଦୀପିକା ପାଦ୍ୟୁକୋନଙ୍କ ସହ ଜନତା କର୍ଫ୍ୟୁକୁ ମଧ୍ୟ ପାଳନ କରିଛନ୍ତି। ସେମାନେ ଘଣ୍ଟି ବଜାଇ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ରଣବୀରଙ୍କ ଏହି ଫଟୋ ମଧ୍ୟ ଖୁବ ଭାଇରାଲ୍ ହୋଇଛି।

Comment