ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ୍‌ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏନେଇ ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମଙ୍ଗଳବାର ମଧ୍ୟରାତ୍ରୀରୁ ଏହାକୁ ଲାଗୁ କରାଯିବ। ତେବେ ଆସନ୍ତୁ ଜାଣିବା ଲକ୍‌ଡାଉନ ବେଳେ କ’ଣ ଖୋଲା ରହିବ ଓ କ’ଣ ବନ୍ଦ ରହିବ?

  • ଲକ୍‌ଡାଉନ ବେଳେ ମେଡିକାଲ, କ୍ଲିନିକ୍, ଔଷଧ ଦୋକାନ, ଡାକ୍ତରୀ ପରୀକ୍ଷାକେନ୍ଦ୍ର, ସ୍ଵାସ୍ଥ୍ୟକେନ୍ଦ୍ର, ବିଦ୍ୟୁତ୍ ବିଭାଗ ଓ ଅଗ୍ନିଶମ ବିଭାଗ ଖୋଲା ରହିବ।
  • ସେହିଭଳି ବ୍ୟାଙ୍କ, ଏଟିଏମ, ପେଟ୍ରୋଲ ପମ୍ପ୍, ଗ୍ରୋସରି ଦୋକାନ ଖୋଲା ରହିବ।
  • ପରିବା, ଫଳ, କ୍ଷୀର, ମାଛ, ମାଂସ ଆଦି ଦୋକାନ ଖୋଲା ରହିବ।
  • ଏହାସହ ଯେଉଁ ଘରୋଇ ସଂସ୍ଥାଗୁଡ଼ିକ କରୋନା ମୁକାବିଲା କରିବା ପାଇଁ କାର୍ଯ୍ୟ କରୁଛନ୍ତି ସେହି ସଂସ୍ଥାମାନଙ୍କ ପାଇଁ କୌଣସି କଟକଣା ଲାଗୁ ହେବ ନାହିଁ।
  • ସୋ’ ରୁମ୍, ବୁକଷ୍ଟୋର୍, ମଲ୍ ଆଦି ବନ୍ଦ ରହିବ।
  • କ୍ଷୀର ବୁଥରେ ଚା’ ବିକ୍ରି ଉପରେ କଟକଣା ଜାରି ହୋଇଛି। କ୍ଷୀର ବୁଥ୍‌ରେ କେବଳ କ୍ଷୀର ବିକ୍ରି ହେବ।
  • ଜରୁରୀକାଳୀନ ପରିବହନ ଛଡ଼ା ଅନ୍ୟ ସମସ୍ତ ପରିବହନ ବ୍ୟବସ୍ଥା ଉପରେ କଟକଣା ଜାରି କରାଯାଇଛି।

ମାର୍ଚ୍ଚ୨୯ ତାରିଖ ଯାଏଁ ଏହି କଟକଣା ଜାରି ରହିବ। ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ୩ଦିନ ତଳେ ୫ ଜିଲ୍ଲାକୁ ଲକ୍‌ଡାଉନ ଘୋଷଣା କରିଥିଲେ ରାଜ୍ୟ ସରକାର। ସେହିପରି ଗତ ସୋମାବାର ୯ ଜିଲ୍ଲାକୁ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଆଜି ବାକି ଥିବା ୧୬ଟି ଜିଲ୍ଲାକୁ ଲକ୍‌ଡାଉନ ଘୋଷଣା କରାଯାଇଛି। ଲକ୍‌ଡାଉନ ପୂର୍ବରୁ ୧୬ଟି ଜିଲ୍ଲାପାଳଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ ମୁଖ୍ୟ ଶାସନ ସଚିବ।

 

Comment