ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ତେହେରାନରେ ଅଟକି ରହିଥିବା ୨୭୭ଜଣ ଭାରତୀୟ ଆଜି ସ୍ଵଦେଶ ଫେରିଛନ୍ତି। ବୁଧବାର ସକାଳୁ ଏକ ସ୍ଵତନ୍ତ୍ର ବିମାନ ୨୭୭ ଭାରତୀୟଙ୍କୁ ନେଇ ଦିଲ୍ଲୀ ବିମାନ ବନ୍ଦରରେ ପହିଞ୍ଚିଛି। ଦିଲ୍ଲୀରୁ ଆଉ ଏକ ବିମାନ ଯୋଗେ ସେମାନଙ୍କୁ ଯୋଧପୁର ନିଆଯାଇଛି।

ଯୋଧପୁରରେ ଥିବା ଆର୍ମି ଓ୍ଵେଲନେସ୍ କେନ୍ଦ୍ରର ୧୪ ଦିନ ପାଇଁ ସେମାନଙ୍କୁ କ୍ଵାରେଣ୍ଟାଇନ୍ ରଖାଯିବ। ସେଠାରେ ସେମାନଙ୍କ କରୋନା ଯାଞ୍ଚ କରିବା ପରେ ସେମାନଙ୍କୁ ନିଜନିଜ ଘରକୁ ପଠାଇ ଦିଆଯିବ।

ବର୍ତ୍ତମାନ ସୁଦ୍ଧା ଦେଶରେ ୫୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୧୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତଙ୍କୁ ନିକଟସ୍ତ ମେଡିକାଲର ଆଇସୋଲେସନ ଓ୍ଵାର୍ଡରେ ରଖି ଚିକିତ୍ସା କରାଯାଉଛି।

କରୋନା ଭାଇରସର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି। ବାରମ୍ବାର ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି। ଏଥିପାଇଁ ବୁଧବାରଠାରୁ ୨୧ଦିନ ଯାଏଁ ସାରା ଦେଶକୁ ଲକ୍‌ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଲକ୍‌ଡାଉନ ବେଳେ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି।

Comment