ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ୨୧ ଦିନିଆ ଲକ୍‌ଡାଉନ୍‌ ପାଇଁ ପ୍ରମୁଖ ଇ-କମର୍ସ କମ୍ପାନି ଫ୍ଲିପ୍‌କାର୍ଟ ନିଜର ସେବାକୁ ସାମୟିକ ଭାବେ ବନ୍ଦ ରଖିଛି। ଏନେଇ ଫ୍ଲିପ୍‌କାର୍ଟ ଓ ଅମାଜନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ହେଲେ ଆମାଜନ କେବଳ ଅତ୍ୟାବଶ୍ୟକ ସାମଗ୍ରୀ, କେଉଁ ସହରର ଦେଖି ସେବା ଯୋଗାଇ ଦେବ ବୋଲି କହିଛି।

ଲକ୍‌ଡାଉନ୍‌ରେ ଜରୁରୀ ସେବାରେ ନିୟୋଜିତ ସମସ୍ତ ଅଫିସ୍‌, ଫଳ ଦୋକାନ, ପରିବା ଦୋକାନ, ଗ୍ରୋସରି, ଆମିଷ ଦୋକାନ, ଔଷଧ ଦୋକାନ, ହସ୍ପିଟାଲ, ବିଜୁଳି ବିଭାଗ, ସଫେଇ, ଓଡ୍ରାଫ, ଅଗ୍ନିଶମ ବିଭାଗକୁ ଛାଡ଼ି ଦେଲେ ଆଉ ସମସ୍ତ ଦୋକାନ ବନ୍ଦ ରହିବାକୁ ନିର୍ଦ୍ଦେଶ ରହିଛି।

ରେଳ ସେବା, ବିମାନ ସେବା ଓ ବସ୍‌ ଚଳାଚଳ ବନ୍ଦ ରହିଛି।

Comment