ଓଡ଼ିଶାଲାଇଭ୍‌ କେରୋନା ବ୍ୟୁରୋ

ସାରାବିଶ୍ୱରେ କରୋନା ଭାଇରସର ବାତାବରଣ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଏଯାଏଁ କିଛି ଉପାୟ ବାହାରିନି। କିନ୍ତୁ ହଁ ସଚେତନ ହେବା ଦ୍ୱାରା ଏହି ଭାଇରସ ସଂକ୍ରମଣରୁ ରକ୍ଷା ପାଇ ହେବ। ଏଥିପାଇଁ ବିଭିନ୍ନ ସ୍ୱାସ୍ଥ୍ୟ ସଙ୍ଗଠନ, ସରକାରଙ୍କ ପକ୍ଷରୁ ପରାମର୍ଶ ମଧ୍ୟ ଦିଆଯାଉଛି। ତେବେ ବୟସ୍କ ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ଏହି ସେମାନେ ଏହି ଭାଇରସ ଦ୍ୱାରା ଶୀଘ୍ର ପ୍ରଭାବିତ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ତେବେ ଆସନ୍ତୁ ଜାଣିବା କରୋନା ଭାଇରସକୁ ନେଇ ବୟସ୍କ ବ୍ୟକ୍ତିଙ୍କ ପାଇଁ କ’ଣ ପରାମର୍ଶ ରହିଛି?

୧- ଯଦି ଆପଣଙ୍କ ଘରେ କେହି ବୟସ୍କ ଅଛନ୍ତି ତେବେ ଘରକୁ ଆସୁଥିବା ବାହାର ଲୋକଙ୍କ ସହ ହାତ ମିଳାଇବାକୁ ବା ଆଲିଙ୍ଗନ କରିବାକୁ ମନା କରନ୍ତୁ।  ହାତ ମିଳାଇବା ବଦଳରେ ନମସ୍କାର କରନ୍ତୁ। ତାଙ୍କଠାରୁ ୧ ଫୁଟ ବ୍ୟବଧାନ ରଖନ୍ତୁ।

୨ – ସର୍ବ ପ୍ରଥମେ ଘରକୁ ଆସିଥିବା ବ୍ୟକ୍ତିଙ୍କୁ ହାତ ଧୋଇବାକୁ କହନ୍ତୁ।

୩- ଆପଣଙ୍କ ଘରକୁ ନିୟମିତ ପରିଷ୍କାର କରନ୍ତୁ। ବିଶେଷ କରି ଯେଉଁ ସ୍ଥାନଗୁଡ଼ିକୁ ଆପଣ ଅଧିକ ସ୍ପର୍ଶ କରନ୍ତି।

୪- ଯଦି ଅସୁସ୍ଥ ହେଉଛନ୍ତି ଓ ଆପଣଙ୍କଠାରେ କୋରୋନା ଭାଇରସର ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

୫- ଯେତେବେଳେ ଆପଣ ସର୍ବସାଧାରଣ ସ୍ଥାନକୁ ଭ୍ରମଣ କରିବାକୁ ଯାଉଛନ୍ତି ପ୍ରତିଷେଧକ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

୬- ବୟସ୍କମାନେ ନିଜକୁ ଅସୁସ୍ଥ ଅନୁଭବ କରୁଥିଲେ ତୁରନ୍ତ ଡାକ୍ତରଙ୍କ ଡାକ୍ତରଙ୍କୁ ଦେଖାଇବା ଉଚିତ୍ ଏବଂ ଘରେ ରହିବା ଉଚିତ୍।

୭- ନିଜକୁ ସୁରକ୍ଷିତ ରଖିବା ପାଇଁ ସତର୍କତା ଅବଲମ୍ବନ କରନ୍ତୁ।

୮- ବାରମ୍ବାର ହାତ ଧୋଇବାକୁ କହନ୍ତୁ ଏବଂ ମୁହଁ ଓ ଆଖିକୁ ଧୋଇବାକୁ କହନ୍ତୁ ଛୁଇଁବାକୁ ବାରଣ କରନ୍ତୁ।

ବୟସ୍କ ବ୍ୟକ୍ତିଙ୍କୁ ଏକୁଟିଆ ଅନୁଭବ କରିବାକୁ ଦିଅନ୍ତୁ ନାହିଁ। ସେମାନଙ୍କ ସହ ସମୟ ବିତାନ୍ତୁ ଓ ତାଙ୍କୁ ସାହସ ଦିଅନ୍ତୁ। କୋରୋନା ପାଇଁ ଜାରି କରାଯାଉଥିବା ପରାମର୍ଶକୁ ଅନୁକରଣ କରି କୋରୋନା ଭାଇରସକୁ ରୋକାଯାଇପାରିବ ଏବଂ ନିୟନ୍ତ୍ରଣ କରାଯାଇପାରିବ।

Comment