ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ଏକ ବଡ଼ ଘୋଷଣା କରିଛନ୍ତି। ଡାକ୍ତର, ନର୍ସ ଏବଂ ପାରାମେଡିକାଲ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆଗୁଆ ୪ ମାସର ଦରମା ଘୋଷଣା କରିଛନ୍ତି।

ଏପ୍ରିଲ, ମେ’, ଜୁନ୍‌, ଜୁଲାଇ ମାସର ଦରମା ଏକାସାଙ୍ଗରେ ଏପ୍ରିଲ ମାସରେ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆମେ ଆପଣମାନଙ୍କ ସହ ଅଛୁ କହି ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମନୋବଳ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ।

‘‘ସବୁ ସୁଖ, ସୁବିଧା ଛାଡ଼ି ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମୀମାନେ ଦିନ ରାତି ସେବା ଜାରି ରଖିଛନ୍ତି। ସେମାନଙ୍କ କାର୍ଯ୍ୟରେ କେହି ବାଧା ସୃଷ୍ଟି କରନ୍ତୁ ନାହିଁ। ଯେଉଁମାନେ ବାଧା ସୃଷ୍ଟି କରିବେ କିମ୍ବା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଖରାପ ବ୍ୟବହାର ପ୍ରଦର୍ଶନ କରିବ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଏ ଦେଶ ଆପଣମାନଙ୍କ ସହିତ ଅଛି। ଆପଣମାନେ ନିଜ ସେବା ଜାରି ରଖନ୍ତୁ’’, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କରୋନା ପାଇଁ ରାଜ୍ୟ ସରକାର ଆଗୁଆ ଭତ୍ତା ପ୍ରଦାନ କରିଥିବା ବେଳେ ରାସନ ସାମଗ୍ରୀ ଏବଂ ସ୍କୁଲ ମଧ୍ୟାହ୍ନଭୋଜନ ସାମଗ୍ରୀ ମଧ୍ୟ ଆଗୁଆ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

Comment