ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମୁକାବିଲା ପାଇଁ ସାରା ଦେଶକୁ ୨୧ ଦିନିଆ ଲକ୍‌ଡାଉନ୍‌ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ତେବେ ଏହି ଲକ୍‌ଡାଉନ୍‌କୁ ଲୋକମାନେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ କରିଛନ୍ତି। ଏନେଇ ନବୀନ ଟୁଇଟ୍‌ ଜରିଆରେ ଦେଶବାସୀଙ୍କୁ ଅପିଲ କରିଛନ୍ତି।

ନବୀନ ଟୁଇଟ୍‌ କରି କହିଛନ୍ତି, ‘‘ମହାମାରୀ କରୋନା ଏବେ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଏହି ସମୟରେ ସମଗ୍ର ଦେଶ ଏକାଠି ହୋଇ ଏହାର ମୁକାବିଲା କରିବା। ଏହି ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପିଲକୁ ପାଳନ କରିବା।’’

ସାରା ଓଡ଼ିଶା ଲକ୍‌ଡାଉନ୍‌ ଘୋଷଣା କରିଥିଲେ ରାଜ୍ୟ ସରକାର। ପ୍ରଥମେ ୫ଟି ଜିଲ୍ଲା ଓ ୮ଟି ସହର ଏବଂ ପରେ ୧୪ ଜିଲ୍ଲା ଓ ଆଜିଠୁ ସାରା ରାଜ୍ୟ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ମଙ୍ଗଳବାର ସାରା ଦେଶ ଲକ୍‌ଡାଉନ୍‌ ଘୋଷଣା କଲେ ପ୍ରଧାନମନ୍ତ୍ରୀ।

Comment