ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ଅପଡେଟ୍ ସୂଚନା ଦେଇଛନ୍ତି। ସାରା ବିଶ୍ୱଠାରୁ ଆରମ୍ଭ ଓଡ଼ିଶାରେ କରୋନାର ସ୍ଥିତି ସମ୍ପର୍କରେ ସେ ସୂଚନା ଦେଇଛନ୍ତି।

  • ଅନ୍ୟ ରାଜ୍ୟରେ ରହୁଥିବା ୭୮ ହଜାର ୨୩୩ ଜଣ ଲୋକ ଏଇ କିଛି ଦିନରେ ଓଡ଼ିଶା ଫେରିଛନ୍ତି।
  • ଏମାନଙ୍କ ମଧ୍ୟରେ କରୋନା ସଂକ୍ରମିତ ରହିଥିବାର ଅନୁମାନ କରାଯାଉଛି।
  • ଏହି ଲୋକମାନେ ୧୪ ଦିନ ପାଇଁ ସଙ୍ଗରୋଧରେ ରହିବାକୁ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ।
  • ସାରା ବିଶ୍ୱରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୨ହଜାର ୮୨୯କୁ ବୃଦ୍ଧି।
  • ବିଶ୍ୱରେ କରୋନା ଭାଇରସରେ ମୋଟ୍ ୧୮ ହଜାର ୯୦୩ ଜଣ ଲୋକ ପ୍ରାଣ ହରାଇ ସାରିଲେଣି।
  • ୧ ଲକ୍ଷ ୯ ହଜାର ୧୦୨ ଜଣ ଲୋକ କରୋନା କବଳରୁ ସୁସ୍ଥ ହୋଇସାରିଲେଣି।
  • ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୫୬୨କୁ ବୃଦ୍ଧି।
  • ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧କୁ ବଢ଼ିଲା।

  • ଓଡ଼ିଶାରେ ୧୩୩ ନମୁନାରୁ କେବଳ ୨ ପଜିଟିଭ୍।
  • ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ସ୍ଥିର।
  • ଓଡ଼ିଶାରେ ବର୍ତ୍ତମାନ ୩୬ ଜଣ ଲୋକ ଆଇସୋଲେସନରେ ରହିଛନ୍ତି।
  • ବର୍ତ୍ତମାନ ସୁଦ୍ଧା ରାଜ୍ୟରେ  ଅନଲାଇନ୍ ପୋର୍ଟାଲ ଯୋଗେ ୪୦୧୫ ଜଣ ଲୋକ ନିଜର ପଞ୍ଜୀକରଣ କରିଛନ୍ତି।
  • ଡାକ୍ତର ଓ କରୋନା ପାଇଁ ସେବାରେ ଥିବା କର୍ମଚାରୀଙ୍କୁ ସମ୍ମାନ ଦେବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ।
  • ଡାକ୍ତର ଓ ପାରାମେଡିକାଲ୍ କର୍ମଚାରୀଙ୍କୁ ମିଳିବ ୪ ମାସର ଆଗୁଆ ଦରମା।
  • ‘ମୋ ଜୀବନ’ କାର୍ଯ୍ୟକ୍ରମରେ ଶପଥ ଗ୍ରହଣ କଲେ ଏକ ଲକ୍ଷରୁ ଅଧିକ ଲୋକ।
  • କରୋନା ପାଇଁ ଶପଥ ନେବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
  • କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୫ଶହ କୋଟି ଦାନ କଲା OMC।
  • କରୋନାକୁ ମୁକାବିଲା ପାଇଁ ୩୦ ଜିଲ୍ଲାକୁ ୪୪.୫ କୋଟି ଟଙ୍କା ପଠାଇଲେ ରାଜ୍ୟ ସରକାର।

Comment