ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ସବୁଠି ଚର୍ଚ୍ଚା। ଓଲିଉଡରୁ ନେଇ ବଲିଉଡ ସବୁ ସେଲିବ୍ରିଟି ଦେଉଛନ୍ତି ସଚେତନତାର ବର୍ତ୍ତା। ଏହି ସଚେତନତା ଅଭିଯାନରେ ଏବେ ସାମିଲ ହୋଇଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଓଡ଼ିଶାବାସୀଙ୍କୁ କରୋନା ପାଇଁ ସଚେତନ କରିବାକୁ ଓଡ଼ିଆ ଭାଷା କହିଛନ୍ତି ସଲମାନ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏକ ଭିଡିଓ ମାଧ୍ୟମରେ ସଲମାନ କରୋନାକୁ କର ‘ନା’ ବୋଲି କହିଛନ୍ତି।

କରୋନାର ମୁକାବିଲା ପାଇଁ ଓଡିଶା ସରକାର ନେଇଥିବା ପଦକ୍ଷେପକୁ ମାନିବାକୁ ସଲମାନ ଭିଡିଓ ମାଧ୍ୟମରେ ପରାମର୍ଶ ଦେଇଛନ୍ତି। ଏଥସହିତ ନିଜକୁ ସୁରକ୍ଷିତ ରଖିବାକୁ ଭିଡିଓରେ ବାର୍ତ୍ତା ଦେଇଛନ୍ତି ସଲମାନ।

ଅନ୍ୟପଟେ ଲୋକଙ୍କୁ ଭାଇରସରୁ  ସୁରକ୍ଷିତ ରଖିବାକୁ ୨୧ ଦିନ ପାଇଁ ସାରାଦେଶରେ ଲକଡାଉନ ଘୋଷଣା ହୋଇଛି। ଲକଡାଉନ ବେଳେ ଦେଶବାସୀ ନିଜ ଘରେ ରହନ୍ତୁ ଓ ସୁରକ୍ଷିତ ରହନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତିା

Comment