ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାନା ଭାଇରସ ଭୟରେ ସେଲିବ୍ରିଟି ଆଜିକାଲି ଘରେ ସମୟ ବିତାଉଛନ୍ତି। ଏମିତିକି ଜିମ୍‌ ଯିବା ମଧ୍ୟ ବନ୍ଦ କରିଛନ୍ତି। ନିଜ ଘରେ ରହି ଓ୍ୱାର୍କ ଆଉଟ କରୁଥିବା ଦେଖିବାକୁ ମିଳୁଛି। ଏବେ ଏହି ସେଲିବ୍ରିଟିଙ୍କ ତାଲିକାରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ନାମ ଯୋଡି ହୋଇଛି।

ସାରା ନିଜ ଘରେ ଓ୍ୱାର୍କ ଆଉଟ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ସାରା ନିଜେ ଓ୍ୱାର୍କ ଆଉଟ ବେଳର ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ସାରାଙ୍କ ଏହି ପୋଷ୍ଟ ତାଙ୍କ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିଛନ୍ତି।

ବିଗତ ଦିନରେ ସମସ୍ତ ଜିମ୍, ମଲ୍ଟିପ୍ଲେକ୍ସ, ମଲ୍, ଷ୍ଟୋର ବନ୍ଦ ରହିଛି। ଏପରି ପରିସ୍ଥିତିରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି ଘରେ ସମୟ କଟାଉଛନ୍ତି।

Comment