ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ମୁକାବିଲା ପାଇଁ ‘ସାମାଜିକ ଦୂରତା’ ପାଲଟିଛି ମୁଖ୍ୟ ଅସ୍ତ୍ର। ଏହାର ପ୍ରଭାବ ଆଜି କ୍ୟାବିନେଟ୍‌ ବୈଠକରେ ଦେଖିବାକୁ ମିଳିଛି। କରୋନା ମୁକାବିଲା ପାଇଁ ବସିଥିବା କ୍ୟାବିନେଟ୍‌ ବୈଠକରେ ‘ସାମାଜିକ ଦୂରତା’ ଦେଖିବାକୁ ମିଳିଛି। ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ବୈଠକରେ ଦୂରେଇ ବସିଥିବା ଦେଖିବାକୁ ମିଳିଛି।

କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆଜି ବସିଥିଲା କ୍ୟାବିନେଟ୍‌ ବୈଠକ। ଏହି ବୈଠକରେ ଯୋଗ ଦେଇଥିଲେ କେନ୍ଦ୍ର ସରକାରଙ୍କର କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀ। ପ୍ରଧାନମନ୍ତ୍ରୀ ବି ଉପସ୍ଥିତ ଥିଲେ। ତେବେ ସବୁ ମନ୍ତ୍ରୀ ବୈଠକରେ ୧ ମିଟର ଦୂରରେ ବସିଥିଲେ।

କରୋନା ଭାଇରସ୍‌ର ଭୟାବହତା ବଢୁଥିବାରୁ ସାରା ଦେଶକୁ ୨୧ ଦିନ ପାଇଁ ‘ଲକ୍‌ଡାଉନ୍‌’ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ୨୧ ଦିନ ଯାଏଁ କେହି ଘରୁ ନବାହାରିବାକୁ ମୋଦୀ ପରାମର୍ଶ ଦେଇଛନ୍ତି। ସାମାଜିକ ଦୂରତା ବଜାୟ ରଖିବା ଉପରେ ମଧ୍ୟ ମୋଦୀ ଜୋର୍‌ ଦେଇଥିଲେ। ଏହାକୁ କ୍ୟାବିନେଟ୍‌ ବୈଠକରେ ପାଳନ କରାଯାଇଥିଲା।

Comment