ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ମୁକାବିଲା ପାଇଁ ରାଜ୍ୟରେ ଖୋଲିଲା କଣ୍ଟ୍ରୋଲ ରୁମ୍। ଏହି କଣ୍ଟ୍ରୋଲ ରୁମ୍ ଆଜିଠାରୁ ୨୪ଘଣ୍ଟା କାର୍ଯ୍ୟ କରିବ। ଆଇଜି ଅପେରେସନ ଅମିତାଭ୍ ଠାକୁର ଏହି କଣ୍ଟ୍ରୋଲ ରୁମ୍ ଦାୟିତ୍ଵରେ ରହିବେ। ଏନେଇ ରାଜ୍ୟ ଗୃହମନ୍ତ୍ରାଳୟ ସୂଚନା ଦେଇଛି।

ଲକ୍‌ଡାଉନ ସମୟରେ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଓଡ଼ିଆଙ୍କ ସମସ୍ୟା ବୁଝିବ ଏହି କଣ୍ଟ୍ରୋଲ ରୁମ୍। ଏଥିପାଇଁ ରାଜ୍ୟ ଗୃହମନ୍ତ୍ରାଳୟ ପକ୍ଷରୁ ଦୁଇଟି ଫୋନ୍ ନମ୍ବର ଜାରି କରାଯାଇଛି। ଏହି ଫୋନ ନମ୍ବରଗୁଡ଼ିକ ହେଲା ୦୬୭୪-୨୩୯୨୧୧୫ ଓ ୯୪୩୮୯୧୫୯୮୬। ଏହି ନମ୍ବରରେ ଫୋନ କରି ଲୋକେ ନିଜ ସମସ୍ୟା ଜଣାଇବେ। ଏହି କଣ୍ଟ୍ରୋଲ ରୁମ୍ ରାଜ୍ୟ ଗୃହ ମନ୍ତ୍ରାଳୟ ଅଧିନରେ ରହିବ।

କରୋନା ମୁକାବିଲା କରିବା ପାଇଁ ଗତ ବୁଧବାର ପ୍ରତି ରାଜ୍ୟରେ କଣ୍ଟ୍ରୋଲ ରୁମ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲା କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରାଳୟ। ଏହାପରେ ଆଜି ଓଡ଼ିଶା ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି।

କରୋନା ମୁକାବିଲା କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି। ସାମଜିକ ଦୂରତା ରକ୍ଷା କରିବା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକ୍‌ଡାଉନ ଘୋଷଣା ହୋଇଛି। ଏହି ସମୟରେ ଲକ୍‌ଡାଉନନିୟମ ମାନିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ଅପିଲ କରିଥିଲେ। କୌଣସି ସମସ୍ୟାର ସମ୍ମୁଖୀନ ହେଲେ ରାଜ୍ୟରେ ଥିବା କରୋନା କଣ୍ଟ୍ରୋଲ ରୁମ୍‌କୁ ଫୋନ କରିବାକୁ ଜଣାଇବାକୁ ପରାମର୍ଶ ଦିଆଯାଇଛି।

Comment