ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ପାଇଁ ସାରା ଦେଶ ଏବେ ଲକ୍‌ଡାଉନ। ଏହା ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜଣେ ଶିକ୍ଷକ ଲକ୍‌ଡାଉନ ନିୟମ ଉଲ୍ଲଘଂନ କରି ବନ୍ଧା ହୋଇଛନ୍ତି। ଶିକ୍ଷକ ଜଣକ ସ୍କୁଲ ପରିସରରେ ୮୦ ଜଣ ଛାତ୍ରଛାତ୍ରୀଙ୍କୁ ଏକାଠୀ ବସାଇ ଟିଉସନ୍‌ କରୁଥିଲେ। ଏନେଇ ସ୍ଥାନୀୟ ଲୋକେ ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

କେନ୍ଦ୍ରାପଡ଼ା ଜିଲ୍ଲା କୁରୁଣ୍ଟି ପଞ୍ଚାୟତ ବଳରାମପୁର ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। କଳ୍ପତରୁ ପରିଡା ନାମକ ଜଣେ ଶିକ୍ଷକ ସ୍କୁଲ ବନ୍ଦ ଥିବା ସୁଯୋଗରେ ବିଦ୍ୟାଳୟ ପରିସରରେ ୮୦ ଜଣ ଛାତ୍ରଛାତ୍ରୀଙ୍କୁ ଏକାଠି ବସାଇ ଟିଉସନ କରୁଥିବାର ଦେଖାଯାଇଥିଲା। ସ୍ଥାନୀୟ ଲୋକେ ଏହି ଟିଉସନକୁ ବିରୋଧ କରିଥିଲେ।

ପରେ ସ୍ଥାନୀୟ ଲୋକେ ରାଜନଗର ଥାନାକୁ ଖବର ଦେଇଥିଲେ। ଖବରପାଇ ସ୍ଥାନୀୟ ପୋଲିସ ସଦଳବଳ ପହଞ୍ଚି ଶିକ୍ଷକ କଳ୍ପତରୁ ପରିଡାଙ୍କୁ ବିଦ୍ୟାଳୟ ପରିସରରୁ ଗିରଫ କରିଛନ୍ତି। ତାଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୧୮୮, ୨୬୯, ୨୭୦ ଓ ୩୫୩ରେ ମାମଲା ରୁଜୁ କରିଛି ପୋଲିସ। ପରେ ଗିରଫ ଶିକ୍ଷକ କଳ୍ପତରୁଙ୍କୁ ପୋଲିସ ଥାନାରୁ ଜାମିନରେ ଛାଡିଛନ୍ତି।

Comment