ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭୂତାଣୁ ସହ ମୁକାବିଲା ପାଇଁ ସମଗ୍ର ଦେଶ ଏକାଠି ହୋଇଛନ୍ତି। ଏଭଳି ସମ୍ବେଦନଶୀଳ ପରିସ୍ଥିତିରେ ବହୁ ସେଲିବ୍ରିଟି ସଚେତନତାର ବାର୍ତ୍ତା ଦେଉଛନ୍ତି। ଅମିତାଭ ବଚ୍ଚନଙ୍କଠାରୁ ଶାହରୁଖ, ସଲମାନ, ଅମୀର, ପ୍ରିୟଙ୍କା, ଦୀପିକା ସମସ୍ତେ ସଚେତନତା ଅଭିଯାନରେ ଯୋଡ଼ି ହୋଇଛନ୍ତି। ଏବେ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଏଥିରେ ସାମିଲ ହୋଇଛନ୍ତି।

ଲୋକଙ୍କୁ ନିରନ୍ତର ସଚେତନ କରାଉଛନ୍ତି। ସେମାନେ ଟ୍ୱିଟ୍, ବିଭିନ୍ନ ଫଟୋଗ୍ରାଫ୍ ଏବଂ ଭିଡିଓ ମାଧ୍ୟମରେ ସେମାନେ ବାର୍ତ୍ତା ଦେଉଛନ୍ତି। ଉଭୟ ଏକ ନୂଆ ଭିଡିଓ ରିଲିଜ କରିଛନ୍ତି ଯେଉଁଥିରେ ସେମାନେ ଲୋକଙ୍କୁ ସ୍ୱତନ୍ତ୍ର ଭାବେ ଆବେଦନ କରିଛନ୍ତି।

ଏହି ଭିଡିଓରେ ଅନୁଷ୍କା ଏବଂ ବିରାଟ କହିଛନ୍ତି, ‘କରୋନା ଭାଇରସ ବିରୋଧରେ ଯୁଦ୍ଧ ଜିତିବାକୁ ସମୟ ଲାଗିବ। ସବୁଠୁ ବଡ଼ କଥା, ଆପଣ ଆଗାମୀ ୨୧ ଦିନ ପାଇଁ ନିଜକୁ ସଂଯମ କରିବାକୁ ହେବ। କରୋନା ଭୂତାଣୁକୁ ଦୂରେଇ ରଖିବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରନ୍ତୁ। ଘରେ ରହନ୍ତୁ, ନିଜକୁ ଏବଂ ପରିବାରକୁ କରୋନାରୁ ରକ୍ଷା କରନ୍ତୁ। ଲକଡାଉନକୁ ଉଲ୍ଲଂଘନ କରନ୍ତୁ ନାହିଁ।’’

Comment